ମାଗଣା ଯୋଜନାରେ ଲାଗିବ ରୋକ୍!
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାବଡି ପ୍ରଥା ବା ମାଗଣା ଯୋଜନା ଉପରେ ଲାଗିବ ରୋକ୍। ଏହି ପ୍ରଥାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି। ନିର୍ବାଚନ ଆସିଲେ ସବୁ ନେତା ମନ୍ତ୍ରୀ ଭୋଟର୍ଙ୍କୁ ଆକୃଷ୍ଟ କରିବା ପାଇଁ ପୁଳା ପୁଳା ମାଗଣା ପ୍ରତିଶ୍ରୁତି ଦିଅନ୍ତି। ଏହାକୁ ସାଧାରଣ ଭାଷାରେ ‘ରାବଡି ପ୍ରଥା’ କୁହାଯାଏ। ତେବେ ଏହି ପ୍ରଥାକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ଓ ଏହା ଉପରେ କିଭଳି ରୋକ୍ ଲଗାଯାଇପାରିବ ସେ ନେଇ କେନ୍ଦ୍ର ସରକାରଙ୍କଠୁ ପରାମର୍ଶ ଲୋଡିଛନ୍ତି ସର୍ବୋଚ୍ଚ ଅଦାଲତ।
ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ନିର୍ବାଚନ କମିଶନ ଓ ସରକାର ଏଥିରୁ ହାତ ଝାଡି ପାରିବେ ନାହିଁ। ସେମାନେ କିଛି କରିପାରିବେ ନାହିଁ ବୋଲି ମଧ୍ୟ କହିପାରିବେ ନାହିଁ। ସରକାର ଓ ନିର୍ବାଚନ ଆୟୋଗ ମିଶି ଏହି ମାଗଣା ଯୋଜନା ଉପରେ ରୋକ ଲଗାଇବା ପାଇଁ ବିଚାର କରନ୍ତୁ। ଏଥିପାଇଁ ଏକ କମିଟି ଗଠନ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
Comments are closed.