ନିଜେ ବିଷ ପିଇ, ୧୦ ମାସର ଝିଅକୁ ବିଷ ପିଆଇ ଦେଲା ମା

ଯାଜପୁର : ସ୍ୱାମୀଙ୍କ ସହିତ ପାଟିତୁଣ୍ଡ କରି ବିଷ ପିଇଦେଲେ ସ୍ତ୍ରୀ! ଏପରିକି ଦୁନିଆ ସମ୍ପର୍କରେ କିଛି ଜାଣିନଥିବା ତା’ର ୧୦ ମାସର ଝିଅକୁ ବିଷ ପିଆଇ ଦେଲା ମାଆ। ଏବେ ମାଆ ଓ ଝିଅ କଟକ ବଡ଼ ମେଡିକାଲ୍‌ ବେଡ୍‌ରେ ବଞ୍ଚିବା ପାଇଁ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଆଜି ସକାଳେ ଏପରି ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।

ଗୁରୁବାର ରାତିରେ କୁଆଖିଆ ଥାନା ରସୁଣାସାମନ୍ତରାପୁର ଗାଁ ରଶ୍ମୀତା ସାହୁ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାକୁ ନେଇ ଆଜି ସକାଳେ ରଶ୍ମୀତା ବିଷ ପିଇ ଦେଇଥିଲେ। ପରେ ନିଜ ୧୦ ମାସର ଝିଅ ସାଇସ୍ମିତାକୁ ମଧ୍ୟ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଥିଲା।

Comments are closed.