ସ୍ତ୍ରୀ ପରେ ଚାଲିଗଲେ ସ୍ୱାମୀ
ଭୁବନେଶ୍ୱର : ଜୁଲାଇ ୧୫ ତାରିଖରେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ମହିଳା ବେକରେ ରଶି ଲଗାଇ ଝୁଲିପଡ଼ିବା ପରେ ଏସିଡ୍ ପିଇ ଦେଇଥିବା ତାଙ୍କ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥା ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ହୋଇଛି।
ଲକ୍ଷ୍ମୀ ସାଗର ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ଆପର୍ଟମେଣ୍ଟରେ ରହୁଥିଲେ ଲୁଗା ବ୍ୟବସାୟୀ ସଞ୍ଜୟ ପେରିୱଲ୍ ଓ ତାଙ୍କ ପତ୍ନୀ ସଞ୍ଜୁ। ବୁଦ୍ଧେଶ୍ୱର କଲୋନୀରେ ସଞ୍ଜୟଙ୍କର ଏକ ଲୁଗା ଦୋକାନ ଥିଲା। ସବୁଦିନ ପରି ଜୁଲାଇ ୧୫ ତାରିଖ ସକାଳେ ମଧ୍ୟ ସେ ଦୋକାନକୁ ଯାଇଥିଲେ। ତାଙ୍କ ପଛେ ପଛେ ସଞ୍ଜୁ ଦୋକାନକୁ ଯିବାର ଥିଲା। କିନ୍ତୁ ସେ ଯାଇ ନଥିଲେ। ଏହା ପରେ ଦିନ ପ୍ରାୟ ୧୧ଟା ବେଳେ ସେ ସଞ୍ଜୁଙ୍କୁ ଫୋନ୍ କରିଥିଲେ ସଞ୍ଜୟ। ମାତ୍ର ସେ ଫୋନ୍ ଉଠାଇ ନଥିଲେ।
Comments are closed.