କ୍ଲାସରୁମ୍ରୁ ଝୁଲନ୍ତା ମୃତଦେହ ଉଦ୍ଧାର
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାଣୀପେଣ୍ଠସ୍ଥିତ ଘରୋଇ ନର୍ସିଂ କଲେଜରେ ଘଟିଛି ଚାଞ୍ଚଲ୍ୟକର ଘଟଣା। କ୍ଲାସରୁମ୍ରୁ ଝୁଲନ୍ତା ଅବସ୍ଥାରେ ଜଣେ ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିବା ବେଳେ ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛି ପୁଲିସ୍। ମୃତ ଛାତ୍ରୀ ନର୍ସିଂ ପ୍ରଥମ ବର୍ଷରେ ପଢ଼ୁଥିବା ବେଳେ ତାଙ୍କ ଘର ଗଞ୍ଜାମ ଗୋପାଳପୁରରେ ବୋଲି ଜଣାପଡ଼ିଛି ।
ରାଣୀପେଣ୍ଠସ୍ଥିତ ଘରୋଇ ନର୍ସିଂ କଲେଜରେ ପିଲାମାନେ ପାଠ ପଢ଼ୁଥିବା ବେଳେ ଉପର ମହଲାରେ ଥିବା ହଷ୍ଟେଲରେ ରୁହନ୍ତି। ଆଜି ସକାଳୁ ଉପର ମହଲା ହଷ୍ଟେଲରେ ରହୁଥିବା ଛାତ୍ରୀଜଣକ କ୍ଲାସ୍ ରୁମ୍କୁ ଆସିଥିବା ବେଳେ ସେତେବେଳେ କେହି ସେଠାରେ ଉପସ୍ଥିତ ନ ଥିଲେ। ଏହାପରେ ସେ ସେଠାରେ ଝୁଲି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛ।
Comments are closed.