ମା’ ଗାଳିଦେବାରୁ ଝିଅ କଲା ଆତ୍ମହତ୍ୟା

କୁଡାଲୋର: ମା’ ଗାଳିଦେବାରୁ ଝିଅ କଲା ଆତ୍ମହତ୍ୟା। ତାମିଲନାଡ଼ୁରରେ ଗୋଟିଏ ମାସ ଭିତରେ ଏହା ତୃତୀୟ ଘଟଣା। ଆତ୍ମହତ୍ୟା କରିଥିବା ଝିଅଟି ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲେ। ତାମିଲନାଡ଼ୁର କୁଡାଲୋର ଜିଲ୍ଲାରେ ଘଟିଛି ଏହି ଘଟଣା। ମା’ ଗାଳି ଦେବାକୁ ନେଇ ଏହି ଛାତ୍ରୀ ଉଦାସ ଥିଲେ। ଘରେ ତାଙ୍କ ଅଭିଭାବକ ନ ଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ଝିଅର ଶେଷକୃତ୍ୟ କରିବା ନିମନ୍ତେ ପରିବାର ଲୋକେ ପ୍ରସ୍ତୁତି କରୁଥିବା ବେଳେ ଖବର ପାଇ ପୁଲିସ ପହଞ୍ଚିଥିଲା। ଶବ ଜବତ କରି ବୀରୁଥାଚଲମ ସରକାରୀ ଡାକ୍ତରଖାନାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା।

ସୂଚନା ଥାଉକି, ଏହା ଚଳିତ ମାସର ତୃତୀୟ ଘଟଣା ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୋମବାର ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଅନ୍ୟଜଣେ ଛାତ୍ରୀ ସ୍କୁଲ ହଷ୍ଟେଲରେ ଆତ୍ମହତ୍ୟା କରିଥିଲେ। ତିରୁଭାଲୁର ଜିଲ୍ଲାରେ ଏହି ଘଟଣା ଘଟିଥିଲା। କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି। ଯେତେବେଳେ କି ପୁଲିସ ଏହି ସ୍କୁଲ ପରିସରରେ ମୁତୟନ ହୋଇଛନ୍ତି।

Comments are closed.