ଓଡ଼ିଶା ଆସୁଛନ୍ତି କେଜିଏଫ୍ ଅଭିନେତ୍ରୀ
ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି କେଜିଏଫ୍ ଫେମ୍ ଅଭିନେତ୍ରୀ ଶ୍ରୀନିଧି ସେଟ୍ଟୀ। ଭୁବନେଶ୍ୱର ଜନପଥ ସ୍ଥିତ ଏକ ଜୁଏଲାରୀ ଦୋକାନର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବାକୁ ରବିବାର ସେ ଓଡ଼ିଶା ଆସୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ ଦକ୍ଷିଣ ଭାରତୀୟ ଷ୍ଟାର ୟଶ୍ଙ୍କ ସୁପରଡୁପର ହିଟ୍ ଫିଲ୍ମ କେଜିଏଫ୍ରେ କାମ କରିଛନ୍ତି ଶ୍ରୀନିଧି। ସେ କେଜିଏଫ୍ରେ ୟଶ୍ଙ୍କ ବିପକ୍ଷରେ ହିରୋଇନ୍ ହୋଇଥିଲେ। ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା। କେଜିଏଫ୍ ସୁପରହିଟ୍ ହେବା ପରେ ଶ୍ରୀନିଧି ମଧ୍ୟ ବେଶ୍ ଲୋକପ୍ରିୟ ହୋଇଯାଇଛନ୍ତି।
Comments are closed.