ଶ୍ରୀଲଙ୍କା ସଂସଦରେ ଧସେଇ ପଶିଲେ ଲୋକେ

କଲମ୍ବୋ: ଜଳୁଛି ଶ୍ରୀଲଙ୍କା। ଦିନକୁ ଦିନ ଏଠାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ରାଜନୈତିକ ଓ ଆର୍ଥିକ ସଙ୍କଟ ଏଠାରେ ଉତ୍କଟ ହେବାରେ ଲାଗିଛି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ପଦରୁ ଇସ୍ତଫା ନଦେଇ ଗୋଟବାୟା ରାଜପକ୍ଷ ସପରିବାରେ ଦେଶ ଛାଡି ମାଳଦ୍ୱୀପ ପଳାଇଛନ୍ତି। ଯାହାକୁ ନେଇ ତେଜିଛି ଅସନ୍ତୋଷ। ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ହଜାର ହଜାର ଜନସାଧାରଣ। ଲୋକେ ଆଜି ସଂସଦ ଭବନ ଏବଂ ପିଏମ ହାଉସକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାରେ ପୁଣି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି।

ଗୋଟାବାୟାଙ୍କ ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି। ରାଜଧାନୀ କଲମ୍ବୋରେ ମଧ୍ୟ ସ୍ଥିତି ବେକାବୁ ରହିଛି। ଲୋକେ ବିକ୍ରମସିଙ୍ଘେଙ୍କ ମଧ୍ୟ ଇସ୍ତଫା ଦାବି କରୁଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ପିଏମ୍‌ ଆବସରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ  ମୁତୟନ କରାଯାଇଛି। ପୁଲିସକୁ ଭିଡ ବିରୋଧରେ ଲୁହା ବୁହା ଗ୍ୟାସ୍‌ ବ୍ୟବହାର କରିବାକୁ ପଡିଛି। ଅନେକ ସ୍ଥାନରେ ପୁଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି। ୧୨ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

Comments are closed.