ଶ୍ରୀଲଙ୍କା ରାଷ୍ଟ୍ରପତି ଭାଇ ପଳାଇବା ବେଳେ ଧରିଲେ ଲୋକେ

କଲମ୍ବୋ: ଗତ କିଛି ମାସ ହେଲା ଶ୍ରୀଲଙ୍କାରେ ଜାରି ରହିଛି ଉଭୟ ଆର୍ଥିକ ଓ ରାଜନୈତିକ ସଙ୍କଟ। ଏଠାରେ ସ୍ଥିତି ପୂରା ଅଣାୟତ୍ତ ରହିଛି। ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଦେଶବାସୀ। ଏଭଳି ସ୍ଥିତିରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପରିବାର ଉପରେ ଆକ୍ରୋଶ ପ୍ରକାଶ କରିଛନ୍ତି ଦେଶବାସୀ। ଉଭୟଙ୍କ ସରକାରୀ ବାସଭବନକୁ କବଜା କରିନେଇଛନ୍ତି ଲୋକେ। ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ ଟେମ୍ପଲ ଟ୍ରି ବାସଭବନରେ ଲୋକେ ପଶି ଭଙ୍ଗାରୁଜା କରିବା ସହ ତାଙ୍କ ଜିନିଷପତ୍ର ବ୍ୟବହାର କରିବା ଦେଖିବାକୁ ମିଳିଛି।

ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଇସ୍ତଫା ଦେବାକୁ ରାଜି ହେବା ସହ ଦେଶ ଛାଡି କୁଆଡେ ପଳାୟନ କରିଛନ୍ତି। ଏହାରି ଭିତରେ ରାଷ୍ଟ୍ରପତିଙ୍କ ଭାଇ ତଥା ପୂର୍ବତନ ମନ୍ତ୍ରୀ ବାସିଲ ରାଜପକ୍ଷ ମଧ୍ୟ ସୋମାବାର ଦେଶ ଛାଡି ଚାଲିଯିବାକୁ ଚେଷ୍ଟା କରୁଥିଲେ। ହେଲେ କଲମ୍ବୋ ବିମାନବନ୍ଦରରେ ତାଙ୍କୁ ମାଡି ବସିଥିଲେ ବିକ୍ଷୋଭକାରୀ। ଏୟାରପୋର୍ଟରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିମାନବନ୍ଦର ଅଧିକାରୀ ଓ କର୍ମଚାରୀ। ତାଙ୍କୁ ଯିବାକୁ ଛାଡିନଥିଲେ। ଫଳରେ ତାଙ୍କୁ ବାଧ୍ୟ ହୋଇ ଫେରିବାକୁ ପଡିଥିଲା।

Comments are closed.