ଶ୍ରୀଲଙ୍କାରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଦୀନେଶ ଗୁଣବର୍ଦ୍ଧନେ
କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ ରାଜନେତା ଦୀନେଶ ଗୁଣବର୍ଦ୍ଧନେ। ଗୁରୁବାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ଆଜି ଗୁଣବର୍ଦ୍ଧନେ ଶପଥ ନେଇ ଦେଶର ସ୍ଥିତିକୁ ସ୍ୱାଭିବକ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଶପଥ ପାଠ ଉତ୍ସବରେ ରାଷ୍ଟ୍ରପତି ବିକ୍ରମସିଂଘେ, ବିଭିନ୍ନ ଦଳର ସାଂସଦ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଶ୍ରୀଲଙ୍କା ରାଜନୀତିରେ ବେଶ ଅଭିଜ୍ଞତା ରଖିଥିବା ୭୩ ବର୍ଷୀୟ ଗୁଣବର୍ଦ୍ଧନେ ପୂର୍ବରୁ ଦେଶର ବୈଦେଶିକ ଓ ଶିକ୍ଷା ମନ୍ତ୍ରୀ ଭାବେ କାମ କରିଛନ୍ତି। ଶ୍ରୀଲଙ୍କାର ସଙ୍କଟ ସମୟରେ ଅର୍ଥାତ ଚଳିତ ବର୍ଷ ଏପ୍ରିଲରେ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ତାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ। ହେଲେ ସେ ଦେଶରେ ଶାନ୍ତି ଫେରାଇ ଆଣିବାକୁ ସକ୍ଷମ ହୋଇ ନଥିଲେ।
Comments are closed.