ପୃଥିବୀ ଉପରେ ସୌରଝଡ଼ ର ବିପଦ
ପୃଥିବୀ ପାଇଁ ଆସୁଛି ବଡ଼ ବିପଦ। ମଙ୍ଗଳବାର ଅର୍ଥାତ୍ ଜୁଲାଇ ୧୯ ତାରିଖ ଆଜି ଏକ ସୌର ଝଡ଼ ଆସିବାର ଆଶଙ୍କା ରହିଛି, ଯାହା ପୃଥିବୀକୁ ସିଧାସଳଖ ପ୍ରଭାବିତ କରିପାରେ। ଏ ନେଇ ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ।
ମହାକାଶ ପାଣିପାଗ ଭୌତିକ ବିଜ୍ଞାନୀ ଡା.ତମିଥା ସ୍କୋଭଙ୍କ ମୁତାବକ, ସୂର୍ଯ୍ୟଙ୍କ ଠାରୁ ସାପ ଆକାର ଭଳି ଏକ ସୋଲାର ଫ୍ଲେୟର ପୃଥିବୀରେ ମାଡ଼ ହେବ। ଏହା ଦ୍ୱାରା କେତେକ ସାଟେଲାଇଟ୍ ପ୍ରଭାବିତ ହୋଇପାରେ। ଜିପିଏସ୍, ଟିଭି ସଞ୍ଚାର ଓ ରେଡିଓ ମଧ୍ୟ କାମ କରିବା ବନ୍ଦ କରି ଦେବ।
ଏହି ସୋଲାର ଫ୍ଲେୟର ଯୋଗୁ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ ରେଡିଏସନ୍ ଓ ଉଷ୍ଣତା ବହୁତ ବଢ଼ିଯିବ। ତେବେ ପୃଥିବୀରେ ଏତେ ତାପମାତ୍ରା ବଢ଼ିବ ନାହିଁ କିନ୍ତୁ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ ରେଡିଏସନ୍ ଯୋଗୁ ପୃଥିବୀର ମ୍ୟାଗ୍ନେଟିକ୍ ଫିଲ୍ଡ ବା ଚୁମ୍ବକୀୟ କ୍ଷେତ୍ର ଉପରେ ପ୍ରଭାବ ପଡ଼ିପାରେ ଓ ମୋବାଇଲ, ଟିଭିର ସିଗ୍ନାଲ ବନ୍ଦ ହୋଇପାରେ।
ବୈଜ୍ଞାନିକଙ୍କ ମୁତାବକ, ଏବେ ସୂର୍ଯ୍ୟ ବେଶ୍ ସକ୍ରିୟ ଅଛନ୍ତି। ଏହି କାରଣରୁ ଜିଓମ୍ୟାଗ୍ନେଟିକ୍ ଝଡ଼ ଆସୁଛି। ଏହାକୁ ବୈଜ୍ଞାନିକ ଭାଷାରେ ଏମ୍ କ୍ଲାସ ଓ ଏକ୍ସ କ୍ଲାସ୍ର ଫ୍ଲେୟର୍ସ କୁହାଯାଏ। ଏହା ସବୁଠୁ ଶକ୍ତିଶାଳୀ ବର୍ଗର ଫ୍ଲେୟର୍ସ ପଠାଇଥାଏ, କାରଣ ଏବେ ସୂର୍ଯ୍ୟ ଆକ୍ଟିଭ୍ ଅଛନ୍ତି। ଏହା ଆଗାମୀ ୮ ବର୍ଷ ଯାଏଁ ରହିବ। ଏହି କାରଣରୁ ସୌର ଝଡ଼ ଆସିବାର ଆଶଙ୍କା ରହିଛି।
Comments are closed.