ସିସୋଦିଆଙ୍କ ପଛ ଛାଡୁନି CBI
ନୂଆଦିଲ୍ଲୀ: ରୋଚକ ହେଉଛି ଦିଲ୍ଲୀ ଶାସକ ଦଳ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ତୁତୁ ମେଁ ମେଁ। ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଆଜି ଆପ୍ ସିବିଆଇ ପାଖରେ ଅଭିଯୋଗ କରିବାର ଥିଲା। କିନ୍ତୁ ଏହା ପୂର୍ବରୁ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ମନୀଷ ସିସୋଦିଆଙ୍କ ବ୍ୟାଙ୍କ ଲକର୍ ଉପରେ ଆଖି ପଖାଇଛି। ସିସୋଦିଆଙ୍କ ବ୍ୟାଙ୍କ ଲକରର୍ ଯାଞ୍ଚ କରୁଛି ସିବିଆଇ। ଆଉ ଚାଲିଛି ପ୍ରମାଣ ଖୋଜା।
ଭ୍ରଷ୍ଟାଚାର ଓ ମଦ ଦୁର୍ନୀତିକୁ ନେଇ ଘେରି ରହିଥିବା ମନୀଷ ସିସୋଦିଆଙ୍କ ଅଡୁଆ ଥମୁନି। ସିବିଆଇ ସ୍କାନର୍ରେ ରହିଛି ତାଙ୍କର ବ୍ୟାଙ୍କ ଲକର୍। ଗାଜିଆବାଦର ବସୁନ୍ଧରା ସେକ୍ଟର-୪ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମନୀଷ ସିସୋଦିଆଙ୍କ ବ୍ୟାଙ୍କ ଲକର୍ ରହିଛି। ଏହି ଏହି ଲକର୍ର ଯାଞ୍ଚ କରିବା ପାଇଁ ସିବିଆଇ ଟିମ୍ ବ୍ୟାଙ୍କରେ ପହଞ୍ଚି ସରିଥିବା ବେଳେ ସିସୋଦିଆ ଓ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଅଛନ୍ତି। ସିସୋଦିଆଙ୍କ ସାମ୍ନାରେ ତଦନ୍ତ ଅଧିକାରୀମାନେ ତାଙ୍କ ଲକର୍ର ଯାଞ୍ଚ କରୁଛନ୍ତି।
Comments are closed.