ଭାରତକୁ କୃତଜ୍ଞତା ଜଣାଇଲା ଶ୍ରୀଲଙ୍କା
କଲମ୍ବୋ: ଦୁଃସମୟରେ ସାହାଯ୍ୟ କରିଥିବାରୁ ଶୁକ୍ରବାର ଦିନ ଭାରତ ଓ ଜାପାନକୁ କୃତଜ୍ଞତା ଜଣାଇବା ସହ ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଂଘେ କହିଛନ୍ତି ଯେ, ଆର୍ଥିକ ସଙ୍କଟଜନିତ ପ୍ରଭାବ ଏଡ଼ାଇବା ଲାଗି ଶ୍ରୀଲଙ୍କା ଛୋଟଧରଣର ହେଲେ ବି ସଠିକ ନୀତି ନିର୍ଦ୍ଧାରଣ କରିବା ଦିଗରେ ଉଦ୍ୟମ ଚଳାଇଛି।
୬ଷ୍ଠ ଥର ପାଇଁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିବା ଅଭିଜ୍ଞ ନେତା ବିକ୍ରମସିଂଘେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ, ଦୁଃସମୟରେ ଭାରତ ସହାୟତା କରିଥିବାରୁ ତାଙ୍କ ଦେଶ ଭାରତ ନିକଟରେ କୃତଜ୍ଞ।
କେତେଗୁଡ଼ିଏ ଟୁଇଟ୍ କରି ବିକ୍ରମସିଂଘେ ଲେଖିଛନ୍ତି, ଶ୍ରୀଲଙ୍କାରେ ଏଭଳି ଆର୍ଥିକ ସଙ୍କଟ କେଭେ ଦେଖା ଦେଇ ନ ଥିଲା। ସମସ୍ୟାର ସମାଧାନ ନିମନ୍ତେ ‘ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍’ ସହ ତୁରନ୍ତ ଆଲୋଚନା କରି ଜୁନ୍ ମାସ ମଝି ଆଡ଼କୁ କିଛି ବ୍ୟବସ୍ଥା କରିବାକୁ ଯୋଜନା ଚାଲିଛି।
Comments are closed.