ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳିକରି ହତ୍ୟା
ପଞ୍ଜାବର ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା। ପଞ୍ଜାବର ମାନ୍ସାରେ ତାଙ୍କୁ ହତ୍ୟା କରାଯାଇଛି। ସିଦ୍ଧୁ ମୁସେୱାଲା ତାଙ୍କ ଦୁଇ ସହଯୋଗୀଙ୍କ ସହ ଗାଡ଼ିରେ ଯାଉଥିବା ସମୟରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲେ । ଏଥିରେ ସିଦ୍ଧୁଙ୍କ ସହ ଆଉ ଦୁଇ ଜଣ ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ସିଦ୍ଧୁ ମୁସେୱାଲାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ହତ୍ୟାକାଣ୍ଡରେ କାନାଡ଼ା ସ୍ଥିତ ଗ୍ୟାଙ୍ଗଷ୍ଟାର୍ଙ୍କ ସମ୍ପୃକ୍ତି ଥିବା ସନ୍ଦହ କରାଯାଉଛି । ଗାୟକ ଶୁଭଦୀପ ସିଂହ ସିଦ୍ଧୁ ପଞ୍ଜାବରେ ସିଦ୍ଧୁ ମୁସେୱାଲା ନାଁରେ ବେଶ ଲୋକପ୍ରିୟ ଥିଲେ।
ଗତବର୍ଷ ଡିସେମ୍ବର ମାସରେ କଂଗ୍ରେସର ଯୋଗ ଦେଇଥିଲେ। ମାନ୍ସା ଆସନରୁ ଲଢି ହାରିଥିଲେ। ତାଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ। … ରାଜ୍ୟରେ ଭିଆଇପି ସଂସ୍କୃତିକୁ ହଟାଇବା ଉଦ୍ଦେଶ୍ୟରେ ୪୨୪ ଜଣଙ୍କୁ ଦିଆଯାଉଥିବା ସୁରକ୍ଷା ହଟାଇ ଦେଇଥିଲେ ପଞ୍ଜାବର ଆପ୍ ସରକାର। ଯେଉଁମାନଙ୍କ ସୁରକ୍ଷା କବଚ ହଟାଯାଇଥିଲେ ସେଥିରୁ ଜଣେ ଥିଲେ ସିଦ୍ଧୁ ମୁସେୱାଲା। ସୁରକ୍ଷା କବଚ ହଟିବାର ଦିନକ ପରେ ତାଙ୍କୁ ହତ୍ୟା କରାଯାଇଛି। ପଞ୍ଜାବରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ଏ ଘଟଣାରେ ଯିଏ ବି ସାମିଲ ଅଛନ୍ତି କାହାକୁ ଛଡାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Comments are closed.