ମୁସେଓ୍ଵାଲାଙ୍କ ହତ୍ୟାକାରୀଙ୍କୁ ନିପାତ କଲା ପଞ୍ଜାବ ପୋଲିସ

ଚଣ୍ଡିଗଡ଼: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟାକାରୀଙ୍କୁ ନିପାତ କଲା ପଞ୍ଜାବ ପୋଲିସ। ଡିଜିପିଙ୍କ ମୁତାବକ, ଅଟାରୀ ବର୍ଡର ନିକଟରେ ପୋଲିସ ଏନ୍‌କାଉଣ୍ଟରରେ ଚାରି ସୁଟର ନିହତ ହୋଇଛନ୍ତି। ଏହି ଆକ୍ରମଣ ପ୍ରତିଆକ୍ରମଣ ଦୀର୍ଘ ସମୟ ଧରି ଚାଲିଥିଲା। ସନ୍ଧ୍ୟା ଭିତରେ ପୋଲିସକୁ ଏହି ବଡ଼ ସଫଳତା ମିଳିଛି। ଏହି ଏନ୍‌କାଉଣ୍ଟରରେ ସୁଟର ଜଗରୂପ ସିଂହ ରୂପା, ମନ୍ନୁ କୁସାଙ୍କ ସମେତ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୩ ପୋଲିସ ଗୁରୁତର ହୋଇଛନ୍ତି।

ମଝିରେ ଖବର ଆସିଥିଲା ଯେ ପୋଲିସ -ସୁଟରଙ୍କ ମଧ୍ୟରେ ଚାଲିଥିବା ଗୁଳି ବର୍ଷଣ ମଧ୍ୟରେ ଏକ ବେସରକାରୀ ଚ୍ୟାନେଲର କ୍ୟାମେରାମ୍ୟାନ୍‌ଙ୍କୁ ଗୁଳି ବାଜିଛି ଓ ସେ ଆହତ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଅନେକ ବଡ଼ ବଡ଼ ପୋଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ଏହି ମାମଲାରେ ସ୍ଥାନୀୟ ବିଧାୟକ ଜସବିନ୍ଦର ରାମଦାସ ଦାବି କରିଛନ୍ତି ଯେ ଏହି ଏନ୍‌କାଣ୍ଟରରେ ୪ ଜଣ ସୁଟରଙ୍କ ମୃତ୍ୟୁ ଘଟିଛି। ବିଧାୟକ ଦାବି କରିଛନ୍ତି ଯେ ବିଲ୍ଡିଂରେ ୪ ଜଣ ସୁଟର ଲୁଚିଥିଲେ। ମୁସେଓ୍ଵାଲାଙ୍କୁ ହତ୍ୟା ପରେ ୫୨ ଦିନ ଯାଏଁ ଏହି ସୁଟରମାନେ ଫେରାର ଥିଲେ। ସୁଟର ଲୁଚିଥିବା ନେଇ ଆଜି ସୂଚନା ପାଇବା ପରେ ପଞ୍ଜାବ ପୋଲିସର ଏକ ବଡ଼ ଟିମ୍‌ ଅଟାରୀର ଚିଚା ଭାକନା ଗାଁରେ ପହଞ୍ଚିଥିଲେ। ଅମୃତସର ଜିଲ୍ଲାର ପୂରା ପୋଲିସ ଫୋର୍ସ ଏହି ଏନ୍‌କାଉଣ୍ଟର ପାଇଁ ମୁତୟନ ହୋଇଥିବା ଜଣାଯାଇଛି।

Comments are closed.