ବିମାନ ବନ୍ଦରରେ ଆଖିବୁଜା ଗୁଳିମାଡ଼

ଅଷ୍ଟ୍ରେଲିଆ: ବିମାନ ବନ୍ଦରରେ ଆଖିବୁଜା ଗୁଳିମାଡ଼। ବନ୍ଦ ହେଲା ଟର୍ମିନାଲ, ବାତିଲ ହେଲା ସମସ୍ତ ବିମାନ ଉଡାଣ। ଅଷ୍ଟ୍ରେଲିଆର କ୍ୟାନବରା ବିମାନ ବନ୍ଦରରେ ଏଭଳି କିଛି ଗୁଳିମାଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗୁଳିମାଡ଼ କରିଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ଆଜି ସକାଳୁ ଜଣେ ଦର୍ବୃତ୍ତ ବିମାନବନ୍ଦରରେ ପଶି ଆଖିବୁଜା ଗୁଳିମାଡ କରିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତା’ ନିକଟରୁ ଏକ ବନ୍ଧୁକ ଜବତ କରିଛି। ସେପଟେ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ ଚାଲିଛି।

Comments are closed.