ଭାରତ ଯୋଡୋ ଯାତ୍ରାକୁ ନେଇ କଟାକ୍ଷ କଲେ ଶିବରାଜ ସିଂହ ଚୌହାନ
ନୂଆଦିଲ୍ଲୀ : ‘ଶିବରାଜ ସିଂହ ଚୌହାନ କହିଛନ୍ତି, ଭାରତ ପ୍ରଥମରୁ ହିଁ ଏକତ୍ରିତ ହୋଇରହିଛି । ଅନେକ କ୍ଷେତ୍ରରେ ଭାରତ ଆଜି ବିଶ୍ବ ଦରବାରରେ ନେତୃତ୍ବ ନେଉଛି । ପ୍ରଧାନମନ୍ତ୍ରୀ ମୋଦି ଆଜି କେବଳ ଭାରତର ନେତା ନୁହନ୍ତି ବରଂ ପୁରା ବିଶ୍ବରେ ଲୋକପ୍ରିୟ ନେତା ହୋଇପାରିଛନ୍ତି । ଭାରତ ଯୋଡିବାକୁ ଚାହୁଁଥିବା ବ୍ୟକ୍ତିମାନେ ପ୍ରଥମେ ଭାରତକୁ ବୁଝନ୍ତୁ । ଅଟଳ ବିହାରୀ ବାଜପେୟୀ ପୂର୍ବରୁ କହିସାରିଛନ୍ତି, “ଭାରତ କୋଇ ଭୂମି କା ଟୁକ୍ଡା ନେହିଁ ବଲକି ଜିତା ଜାଗ୍ତା ରାଷ୍ଟ୍ରପୁରୁଷ୍ ହେ”।
ଯେଉଁମାନେ ପୂର୍ବରୁ ଦେଶକୁ ଭାଙ୍ଗିଛନ୍ତି ଆଜି ସେମାନେ ‘ଭାରତ ଯୋଡୋ’ କହିବୁଲୁଛନ୍ତି । ଭାରତ ତ ପ୍ରଥମରୁ ହିଁ ଯୋଡି ହୋଇ ରହିଛି । କଂଗ୍ରେସ ତ ପୂର୍ବରୁ ସବୁଠୁ ବଡ ପାପ ଭାରତକୁ ଭାଙ୍ଗିକି କରିଛି । ଏଭଳି ପାପ ପାଇଁ ଦେଶ କେବେ ବି କଂଗ୍ରେସକୁ କ୍ଷମତା କରିବନି’ । ଏଭଳି କହି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ
ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଛି। ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୩୫୭୦ କିଲୋମିଟର ବ୍ୟାପୀ କାଶ୍ମୀର ଯାଏଁ ଚାଲିବ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହାକୁ କଂଗ୍ରେସ ପ୍ରମୁଖ ଅସ୍ତ୍ରଭାବେ ନେଇଛି ।
Comments are closed.