କାହିଁକି ଏମିତି କହିଲେ ଶରତ ପାୱାର

ନାଗପୁର :ନିଜର ବୟାନ ପାଇଁ ସବୁବେଳେ ଚର୍ଚ୍ଚାର ରହିଆସୁଥିବା ଶରତ ପାୱାର ଶନିବାର ନାଗପୁରଠାରେ ବିଦର୍ଭ ମୁସଲିମ ବୁଦ୍ଧିଜୀବୀ ସାମ୍ମୁଖ୍ୟ ଦ୍ବାରା ଆହୂତ ‘ଭାରତୀୟ ମୁସଲମାନଙ୍କ ସମସ୍ୟା’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାୱାର କହିଲେ ଯେ ଦେଶଗଠନରେ ଭାରତୀୟ ମୁସଲମାନଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଥିଲେ ମଧ୍ୟ ସେମାନେ ବହୁ କ୍ଷେତ୍ରରେ ନ୍ୟାଯ୍ୟ ଭାଗ ପାଇବାରୁ ବଞ୍ଚିତ ହେଉଛନ୍ତି ।
ପାୱାର କହିଥିଲେ ଯେ, ସବୁ କ୍ଷେତ୍ରରେ ‌ଉଲ୍ଲେଖନୀୟ ଯୋଗଦାନ ସତ୍ତ୍ବେ ମୁସଲମାନମାନେ ସେମାନଙ୍କ ଯୋଗ୍ୟ ଭାଗ ପାଇପାରୁ ନାହାନ୍ତି। ସେମାନେ କିପରି ତାଙ୍କର ଭାଗ ପାଇବେ ସେ ବିଷୟରେ ଚିନ୍ତା କରାଯିବା ଉଚିତ। ସେ କହିଲେ ଯେ, ମୁସଲମାନଙ୍କ ଭିତରେ ବେକାରି ହାର ସବୁଠାରୁ ଅଧିକ। ଏହାର ନିରାକରଣ ପାଇଁ ଉପାୟ ବାହାର କରାଯିବା ଉଚିତ। ମୁସଲମାନଙ୍କ ଭିତରେ ଯୋଗ୍ୟତା ଅଛି, ଦକ୍ଷତା ବି ଅଛି। କେବଳ ସେମାନଙ୍କୁ ସମର୍ଥନ ଓ ସମାନ ସୁଯୋଗ ମିଳିବା ଉଚିତ। ସେ କହିଲେ ଯେ, ହିନ୍ଦୀ ସିନେମାକୁ ମୁସଲମାନଙ୍କ ଦାନ ସବୁଠୁ ଅଧିକା, ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ। କଳା, କବିତା, ଉର୍ଦ୍ଦୁଭାଷାରେ ଲେଖା ସବୁ କ୍ଷେତ୍ରରେ ତାଙ୍କର ଅବଦାନ ରହିଛି।

Comments are closed.