ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ ଆପ, ଜାଣନ୍ତୁ କଣ
ନୂଆଦିଲ୍ଲୀ: ଆପ୍ର ତିନି ଜଣ କାଉନସିଲର ଡକ୍ଟର ରୋନାକ୍ଷୀ ଶର୍ମା, ଅରୁଣ ନାୱାରିଆ ଏବଂ ଜ୍ୟୋତି ରାଣୀଙ୍କ ସହ ବରିଷ୍ଠ ଆପ୍ ନେତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ନିକଟରେ ଶେଷ ହୋଇଥିବା ଏମ୍ସିଡି ନିର୍ବାଚନରେ ୩୦ରୁ କମ୍ ଆସନ ପାଇବା ସତ୍ତ୍ୱେ ଏବଂ ଗତ ନିର୍ବାଚନ ତୁଳନାରେ ୮୦ଟି ଆସନ ହରାଇବା ସତ୍ତ୍ୱେ ବିଜେପି ଏମ୍ସିଡି ଦଖଲ ପାଇଁ ‘ଘୋଡ଼ାବେପାର’ ଆରମ୍ଭ କରିଦେଇଛି। ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୋଆ ଏବଂ ଗୁଜୁରାଟରେ ବିଧାୟକଙ୍କ ଘୋଡା ବେପାର ପରି ବିଜେପି ଦିଲ୍ଲୀରେ ନିର୍ବାଚିତ ପ୍ରତିନିଧିଙ୍କୁ କିଣିବାର ସମାନ ସୂତ୍ର ପ୍ରୟୋଗ କରୁଛନ୍ତି ବୋଲି ଶ୍ରୀ ସିଂ ଅଭିଯୋଗ କରିଛନ୍ତି। ଏଥିସହ ଯେଉଁମାନେ ଧମକ ଏବଂ ଅର୍ଥବଳ ମାଧ୍ୟମରେ ଗଣତନ୍ତ୍ରର ହତ୍ୟା ଏବଂ ଜନାଦେଶକୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଗିରଫ ଏବଂ ଜେଲରେ ରଖିବାକୁ ସେ ଦିଲ୍ଲୀ ପୁଲିସ କମିଶନରଙ୍କୁ ନିବେଦନ କରିଛନ୍ତି।
ସଞ୍ଜୟ ସିଂ ଅଭିଯୋଗ କରି କହିଛନ୍ତି, ଯୋଗେନ୍ଦ୍ର ଚାନ୍ଦୋଲିଆ ନାମକ ଜଣେ ବ୍ୟକ୍ତି ଶ୍ରୀମତୀ ଶର୍ମାଙ୍କୁ ଫୋନ୍ କରି କହିଛନ୍ତି ଯେ ବିଜେପିର ରାଜ୍ୟ ସଭାପତି ଦେଶ କୁମାର ଗୁପ୍ତା ତାଙ୍କ ସହ କଥା ହେବାକୁ ଚାହାନ୍ତି। ଶ୍ରୀ ଗୁପ୍ତା ଏବଂ ବିଜେପିର ନେତାମାନେ ଆପ୍ର ନିର୍ବାଚିତ ଏମସିଡି କାଉନସିଲରଙ୍କୁ କିଣିବା ପାଇଁ ୧୦୦ କୋଟିର ବଜେଟ୍ ରଖିଛନ୍ତି। ଏହି ୧୦୦ କୋଟି କେବଳ ୧୦ କାଉନସିଲରଙ୍କୁ କିଣିବା ଲାଗି ଖର୍ଚ୍ଚ କରାଯିବ ଏବଂ ପ୍ରତ୍ୟେକ କାଉନସିଲରଙ୍କ ପାଇଁ ୧୦ କୋଟର ବଜେଟ୍ ରହିଛି।
Comments are closed.