ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଭୋଟ ଦେବେ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର
ଭୁବନେଶ୍ବର: ଆସନ୍ତା ସୋମବାର ଅର୍ଥାତ ମେ’ ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ। ଏଠି ମୋଟ ଭୋଟର ସଂଖ୍ୟା ୭୯ ଲକ୍ଷ ୬୯ ହଜାର ୮୮୭ ରହିଛି । ଏହି ସ୍ଥାନରେ ୯୧୬୨ ଟି ମତଦାନ କେନ୍ଦ୍ର ରହିବ। ୧୦୪୧ଟି ବୁଥ ମହିଳା ପୁଲିଂ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହୋବ । ୨୫ଟି ବୁଥ pwd କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ। ୧୫୪୧ ଆଦର୍ଶ ବୁଥ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି।
୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ଏହିଠାରେ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ । ସବୁଠାରୁ ଅଧିକ କନ୍ଧମାଳ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡ ୧୬, ବଲାଙ୍ଗୀର ଓ ବରଗଡ଼ରେ ୧୪ ଲେଖାଏଁ, ଝାରସୁଗୁଡା ଓ ବୌଦ୍ଧରେ ୫, ସୁବର୍ଣ୍ଣପୁର ୪ ଓ ନୟାଗଡ଼ରେ ୨ଟି କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ। ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପାର୍ଥି ରହିଛନ୍ତି । ସେଥି ମଧ୍ୟରୁ ୪୧ ଜଣ ମହିଳା ପ୍ରାର୍ଥୀ । ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଛନ୍ତି।
Comments are closed.