ଟଙ୍କା ଦେଲେ ମିଳୁଛି ପାସ ସାର୍ଟିଫିକେଟ
ପାଟଣା: ଟଙ୍କା ଦେଲେ ମାଟ୍ରିକ ଫେଲ ପିଲାଙ୍କୁ ମିଳୁଛି ପାସ ପ୍ରମାଣ ପତ୍ର । ଏପରିକି ତୃତୀୟ ଶ୍ରେଣୀରୁ ପ୍ରଥମ ଶ୍ରେଣୀରେ ପାସ କରିଥିବା ପ୍ରମାଣପତ୍ର ପାଇବା ପାଇଁ ୨୫ ହଜାରରୁ ୫୦ହଜାର ଟଙ୍କା ନିଆଯାଉଛି । କେବଳ ମାଟ୍ରିକ ପ୍ରମାଣପତ୍ର ନୁହେଁ, +୨, +୩ ହଉକି ଏମ.ଏ, ଏମ.ଏସ୍.ସି, ଏମ କମ୍ ଆଦି ପ୍ରମାଣ ପତ୍ର ଓ ମାର୍କସିଟ ମଧ୍ୟ ମିଳୁଛି ।
ଇଞ୍ଜିନିୟରିଂରେ ଡିପ୍ଲୋମା ହେଉ କି ଡିଗ୍ରୀ, ସିଟି ହୋଉ କି ବିଇଡି ଯିଏ ଯୋଉ ଯୋଗ୍ୟତାର ପ୍ରମାଣପତ୍ର ଆବଶ୍ୟକ କରୁଛି ତାହା ସହ ଦଲାଲ ମୂଲଚାଲ କରି ଆଗୁଆ ଟଙ୍କା ନେବା ତାକୁ କିଛି ଦିନ ବ୍ୟବଧାନରେ ପ୍ରମାଣପତ୍ର, ମାର୍କ ସିଟ ଧରାଇ ଦେଉଛି ।
ଏପରିକି ନମ୍ବର ପଡ଼ିଥିବା ଅବିକଳ ମନେ ହେଉଥିବା ଏହି ପ୍ରମାଣପତ୍ରରେ କେତେକ ଉଚ୍ଚଶିକ୍ଷା ପାଇବାରେ ସକ୍ଷମ ହେବା ସହ କେତେକ ଶିକ୍ଷକ, ଅଧ୍ୟାପକ ମଧ୍ୟ ହୋଇ ସାରିଲେଣି । ଏପରିକି ଏମ.ଫିଲ, ପି.ଏଚ.ଡି. ପ୍ରମାଣପତ୍ର ଯୋଗାଇ ଦେବା ପର୍ଯ୍ୟନ୍ତ ମଧ୍ୟ ଏହି ଦଲାଲ ଜଣକଙ୍କ ବାଆଁ ହାତର ଖେଳ ବୋଲି କୁହାଯାଉଛି ।
Comments are closed.