ଅପଗ୍ରେଡ୍‌ ହେବ ୧୦୦ ହାଇସ୍କୁଲ

ଭୁବନେଶ୍ୱର : ଡ୍ରପ୍‌ ଆଉଟ୍‌ ରୋକିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବ। ଆସନ୍ତା ଶିକ୍ଷାବର୍ଷରୁ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ୍‌ କରିବ। ଯେଉଁସବୁ ବ୍ଲକରେ +2 କଲେଜ ନାହିଁ, ସେଠାରେ ହାଇସ୍କୁଲକୁ ଅପଗ୍ରେଡ୍‌ କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ସେ କହିଛନ୍ତି, ମାଟ୍ରିକ ପାସ୍‌ ପରେ +2 କଲେଜ ନଥିବାରୁ ପିଲାଏ ପାଠ ଛାଡୁଛନ୍ତି। ଏଭଳି ପଦକ୍ଷେପ ପରେ ଝିଅ ପିଲା ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.