ଅଗ୍ନିପଥ ଯୋଜନାକୁ ନେଇ ବିବାଦୀୟ ବୟାନ,କିଏ ଦେଲେ ଜାଣନ୍ତୁ
କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ନେଇ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଭବିଷ୍ୟତର ସେନାର ଆଶାୟୀଙ୍କ ପାଇଁ ଅଗ୍ନପିଥ ଯୋଜନା ଏକ ଧୋକା। ସେନାରେ ୪ ବର୍ଷ କାମ କରିବା ପରେ ସୁଦ୍ଧା ଏଥିରେ ପେନ୍ସନ୍ ଯୋଜନା ନାହିଁ। ଏଭଳି ସ୍ଥିତିରେ ଏହି ଯବାନମାନଙ୍କୁ କେହି ବାହା ହେବାକୁ ରାଜି ହେବେ ନାହିଁ। ତେଣୁ ୪ ବର୍ଷିଆ ଚୁକ୍ତି ଭିତ୍ତିକ ଏହି ନିଯୁକ୍ତି ସ୍କିମର ପୁନର୍ବିଚାର ପାଇଁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଭବିଷ୍ୟତର ଯବାନମାନେ ୬ ମାସ ତାଲିମ ନେବେ। ସେମାନଙ୍କୁ ୬ ମାସ ଛୁଟି ମଳିବ। ଆଉ ବାକି ୩ ବର୍ଷ ଚାକିରି କରିବେ। । ସେମାନଙ୍କର ଏହି ୪ ବର୍ଷ କାର୍ଯ୍ୟକାଳ ଯେତେବଳେ ସରିଯିବ ସେମାନେ ଘରକୁ ଫେରିଲେ ବିବାହ ପ୍ରସ୍ତାବ ମିଳିବା କଷ୍ଟକର ହୋଇ ଯିବ। ଭବିଷ୍ୟତର ଯବାନମାନଙ୍କ ବିରୋଧରେ ଏହି ଅଗ୍ନିପଥ ଯୋଜନାର ପରିକଳ୍ପନା ।
ଯୁବପିଢ଼ିଙ୍କ ସ୍ୱପ୍ନ ଓ ଆଶା ସହ ଧୋକା ବୋଲି ସେ କହିଛନ୍ତି। ଭାଗପତର ବାସିନ୍ଦା ସତ୍ୟପାଲ ଏବେ ମେଘାଳୟରେ ରାଜ୍ୟପାଳ ଅଛନ୍ତି। ରାଜ୍ୟପାଳ ତାଙ୍କ ବନ୍ଧୁ ଗଜେନ୍ଦ୍ର ସିଂଙ୍କ ମୃତ୍ୟୁରେ ଶୋକ ଦିବସ ପାଳିବା ପାଇଁ ସେ ଖେକ୍ରା ଗାଁକୁ ଆସିଥିଲେ। ରାଜ୍ୟପାଳ କହିଛନ୍ତି ଯେ, ସେ ପୂର୍ବରୁ ଚାଷୀ ଆନ୍ଦୋଳ ପ୍ରସଙ୍ଗରେ ସ୍ୱର ଉଠାଇଥିଲେ। ଏବେ ସେ ଯୁବକଙ୍କ ଭବିଷ୍ୟତ କଥା କହୁଛନ୍ତି ବୋଲି କହିଛନ୍ତି।
Comments are closed.