ଗାଁ ରୁ ବାସନ୍ଦ ହେଲେ ପୂର୍ବତନ ସରପଞ୍ଚ

ଗଞ୍ଜାମ:ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଡି.ନିରଞ୍ଜନ ରେଡିକୁ ଗ୍ରାମରୁ ବାସନ୍ଦ କରାଯାଇଥିବା ଏବଂ ଗାଁ ଛାଡି ଚାଲିଯିବା ପାଇଁ ଧମକ ଦିଆଯାଇଛି ବୋଲି ସେ ରମ୍ଭା ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ୨୩୮/୨୨ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଗ୍ରାମବାସୀଙ୍କ

ତରଫରୁ ମଧ୍ୟ ଏକପାଲଟା ଅଭିଯୋଗ ଥାନାରେ କରାଯାଇଛି। ସେଥିରେ ଦର୍ଶାଯାଇଛି ୨୦୦୮ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ପୂର୍ବତନ ସରପଞ୍ଚ ଗାଁ ସାଥି ରହିଥିବା ବେଳେ ବିଭିନ୍ନ ଉନୟନ କାର୍ଯ୍ୟ ହାତକୁ ନେଇ ଟଙ୍କା ହଡପ ସହ କୋଠର ୮ଲକ୍ଷ ୭୦ ହଜାର ଟଙ୍କା ପୈଠ କରିନଥିବା ଗ୍ରାମବାସୀଙ୍କ ତରଫରୁ ସଭାପତି କେ.ଡିଲୁ ରେଡି, ଡି.ନର ରେଡି, ଏସ.ରାମଚନ୍ଦ୍ର ରେଡି ପ୍ରମୁଖ ଅଭିଯୋଗ କରିଛନ୍ତି। ତେବେ ସରପଞ୍ଚଙ୍କୁ ଗ୍ରାମରୁ ବାସନ୍ଦ କଥାକୁ ସେମାନେ ଅସ୍ବୀକାର କରିଛନ୍ତି l ସେମିତ କିଛି କରାଯାଇନାହିଁ ବୋଲି ପ୍ରକାଶ କରିଛନ୍ତି।

Comments are closed.