କିଏ ଧାମକାଉଛି ଶରତ ପାୱାରଙ୍କୁ,କିଏ କଲେ ଅଭିଯୋଗ ଜାଣନ୍ତୁ
ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିକ ସଙ୍କଟ ଭିତରେ ବଡ଼ ଅଭିଯୋଗ ଆଣିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ଏନସିପି ସୁପ୍ରିମୋ ତଥା ମହାରାଷ୍ଟ୍ରରେ ଗଠନ ହୋଇଥିବା ମେଣ୍ଟର ବରିଷ୍ଠ ନେତା ଶରଦ ପାୱାରଙ୍କୁ ଜଣେ କେନ୍ଦ୍ରମନ୍ତ୍ରୀ ଧମକାଉଥିବା ସେ କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ମନ୍ତ୍ରୀଙ୍କ ଏଭଳି ଆଚରଣ ପାଇଁ କ୍ଷମା ମାଗିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ସଞ୍ଜୟ ରାଉତ କହିଛନ୍ତି, “ଶରଦ ପାୱାର ହେଉଛନ୍ତି ମହାରାଷ୍ଟ୍ରର ପୁଅ। ସେମାନେ(ବିଜେପି ନେତା) ତାଙ୍କୁ ଧମକାଉଛନ୍ତି। ମୋଦିଜୀ, ଅମିତ ଶାହ ଆପଣ ଏକଥା ଶୁଣୁଛନ୍ତି ତ? ଆପଣଙ୍କ ମନ୍ତ୍ରୀ ବରିଷ୍ଠ ରାଜନେତା ଶରଦ ପାୱାରଙ୍କୁ ଧମକାଇଛନ୍ତି। କ’ଣ ଆପଣ ଏପରି କାମକୁ ସମର୍ଥନ କରୁଛନ୍ତି? ପୂରା ମହାରାଷ୍ଟ୍ର ଏକଥା ଜାଣିବାକୁ ଚାହୁଁଛି।” ଏହାପୂର୍ବରୁ ସେ ଟ୍ୱିଟ କରି ବିଜେପି ଓ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ଧମକ ଦେବାର ଅଭିଯୋଗ।
ସେ କହିଥିଲେ, “ଯଦି ଶରଦ ପାୱାର ମହା ବିକାଶ ଅଘାଡ଼ି ସରକାରକୁ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି, ତା’ହେଲେ ତାଙ୍କୁ ଘରକୁ ଯିବାକୁ ଦିଆଯିବ ନାହିଁ। ତାଙ୍କୁ ରାସ୍ତାରେ ହିଁ ଅଟକ ରଖାଯିବ ବୋଲି ଜଣେ କେନ୍ଦ୍ରମନ୍ତ୍ରୀ ଧମକ ଦେଇଛନ୍ତି। ଯଦି ବିଜେପି ଏସବୁ କାମ କରୁଛି, ତା’ହେଲେ ଖୋଲାଖୋଲି ଭାବେ ଘୋଷଣା କରୁ। ସରକାର ରହୁ କିମ୍ବା ଯାଉ, ଶରଦ ପାୱାରଙ୍କ ବିରୋଧରେ ଏପରି ଭାଷା ଆଦୌ ଗ୍ରହଣୀୟ ନୁହେଁ।” ସେ ଏହି ଟ୍ୱିଟକୁ ପିଏମଓକୁ ଟ୍ୟାଗ କରିଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ଏଯାଏ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି।
Comments are closed.