ସନ୍ଦୀପ ଘୋଷଙ୍କର ସୁରକ୍ଷା କର୍ମୀ ଥିଲେ ଅଭିଯୁକ୍ତ ସଞ୍ଜୟ…

କୋଲକାତା ମେଡିକାଲ କଲେଜରେ ହୋଇଥିବା ବଳାତ୍କାର ଓ ହତ୍ୟା ମାମଲାରେ ପୁରା ଦେଶରେ ଆଲୋଡନ ଖେଳି ଯାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପରେ ଏବେ କଲେଜର ପୂର୍ବ ଅଧ୍ୟକ୍ଷ ତଥା ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ନେଇ ଚହଳ ପଡିଛି। ସିବିଆଇ ଲଗାତାର ୬ଦିନ ଧରି ତାଙ୍କୁ ଜେରା କରୁଛି। ଏହାରି ଭିତରେ କଲେର ପୂର୍ବ ଉପାଧ୍ୟକ୍ଷ ତଥା ଡ. ଅଖତର ଅଲ୍ଲୀ ସଞ୍ଜୟ ଓ ସନ୍ଦୀପଙ୍କ ସମ୍ପର୍କଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ, ସନ୍ଦୀପ ଘୋଷଙ୍କ ସୁରକ୍ଷା କର୍ମୀ ବା ବଡିଗାର୍ଡ ଭାବେ କାମ କରୁଥିଲେ।

ସନ୍ଦୀପ ଘୋଷଙ୍କ ୪ଜଣ ବାଉନ୍ସରଙ୍କ ମଧ୍ୟରୁ ସଞ୍ଜୟ ଅନ୍ୟତମ ଥିଲେ। ଅଖତର ଆହୁରି କହିଛନ୍ତି, ଯେତେବେଳେ ସେ ସେହି ମେଡିକାଲ କଲେଜରେ କାର୍ଯ୍ୟରତ ଥିଲେ ସେତେବେଳେ ସେମିନାର ରୁମ୍‌ କିମ୍ବା ନର୍ସିଙ୍ଗ ଷ୍ଟାଫ ରୁମ୍‌ ପାଖକୁ ରାତିରେ କାହାକୁ ବି ଯିବାକୁ ଅନୁମତି ନ ଥିଲା। ସିସିଟିଭି କ୍ୟାମେରା ଲାଗିଥିଲା। କିନ୍ତୁ ଜଣେ ସ୍ବେଚ୍ଛାସେବୀ କିପରି ବିନା କାହା ଅନୁମତିରେ ପ୍ରବେଶ କରୁଥିଲା। ସିସିଟିଭି କ୍ୟାମେରା ଥାଇ ମଧ୍ୟ ସେଦିନ ରାତିରେ ଅଚଳ ହୋଇଗଲା। ସଞ୍ଜୟ ସେମିନାର ହଲ୍‌ରେ ପଶି କେମିତି ଏପରି ଘଟଣା ଘଟାଇଲା ତାହା ସମସ୍ତଙ୍କୁ ତାଜୁବ କରିଛି। ଏପରି କାଣ୍ଡରେ ଏକ ବଡ଼ ଷଡଯନ୍ତ୍ର ରହିଛି ବୋଲି ସେ କହିଛନ୍ତି।

 

ହସ୍ପିଟାଲର ପୂର୍ବ ସୁପରିଟେଣ୍ଡଣ୍ଟ ଅଭିଯୋଗ ଆଣିଛନ୍ତି କି, ପୂର୍ବ ପ୍ରିନ୍ସପାଲ ସନ୍ଦୀପ କିଛି ଅନୈତିକ କାର୍ଯ୍ୟରେ ସାମିଲ୍‌ ଅଛନ୍ତି। ସେ ମୃତଦେହକୁ ବିକ୍ରି କରି ରାକେଟ ଚଳାଇଛନ୍ତି। ଚିହ୍ନଟ ହୋଇ ନ ଥିବା ମୃତଦେହକୁ ସେ ବିକ୍ରି କରୁଛନ୍ତି। ପୂର୍ବ ସୁପରିଟେଣ୍ଡଣ୍ଟ ଅଖତର ଅଲି ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାରରେ କହିଛନ୍ତି, ସନ୍ଦୀପ ବାଂଲାଦେଶରେ ବାୟୋମେଡିକାଲ ଆବର୍ଜନା ଓ ମେଡିକାଲ ସପ୍ଲାଏ ଦୁର୍ନୀତିରେ ସାମିଲ୍‌ ଅଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି, ଏହି ରାକେଟ ଚଳାଇବା ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କ ଉପରେ ଏକ ଯାଞ୍ଚ କମିଟି ବସିଥିଲା। ହେଲେ ଅଭିଯୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।

ଆରଜି ମେଡିକାଲରେ ଇସ୍ତଫା ଦେଇଥିବା ଏକ୍ସ ପ୍ରିନ୍ସପାଲଙ୍କୁ କିଛି ଘଣ୍ଟା ମଧ୍ୟରେ କୋଲକାତା ମେଡିକାଲ କଲେଜରେ ନିଯୁକ୍ତି ମିଳି ଯାଇଥିଲା। ସୁପରିଟେଣ୍ଡଣ୍ଟ ଆହୁରି ସାଂଘାତିକ ଅଭିଯୋଗ କରିଛନ୍ତି କି, ସନ୍ଦୀପ ଘୋଷ ଆରଜି ମେଡିକାଲରୁ ଛାତ୍ରଙ୍କୁ ପାସ୍‌ କରିବା ପାଇଁ ଲାଞ୍ଚ ମାଗୁଥିଲେ। ଲାଞ୍ଚ ନ ଦେଲ ଜାଣିଶୁଣି କିଛି ଛାତ୍ରଙ୍କୁ ଫେଲ୍‌ କରିଦେଉଥିଲେ। ଏହାପରେ ତାଙ୍କଠାରୁ ମୋଟା ଅଙ୍କର କଲେଜ ଫି ଆଦାୟ କରୁଥିଲେ।

Comments are closed.