ସଲମାନଙ୍କ ଫିଲ୍ମ ଛାଡ଼ିଲେ ଭିଣୋଇ ଆୟୁଷ ଶର୍ମା

Bollywood

ବମ୍ବେ: ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ‘କଭି ଇଦ କଭି ଦିଓ୍ବାଲି’ରୁ ବାହାର ହୋଇଛନ୍ତି ତାଙ୍କ ଭିଣୋଇ ଆୟୁଷ ଶର୍ମା। ରଚନାତ୍ମକ ମତଭେଦ କାରଣରୁ ସେ ପ୍ରୋଜେକ୍ଟରୁ ଅଲଗା ହୋଇଛନ୍ତି। ତାଙ୍କ ବ୍ୟତିତ ଜହିର ଇକବାଲ ମଧ୍ୟ ଫିଲ୍ମ ଛାଡ଼ି ଦେଇଛନ୍ତି। ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ଯୋଗୁ ନିର୍ମାତାମାନେ ଅଡ଼ୁଆରେ ପଡ଼ିଛନ୍ତି। ଉଭୟ କଳାକାରଙ୍କ ସ୍ଥାନରେ କିଏ ଅଭିନୟ କରିବ ସେ ନେଇ ଆଲୋଚନା କରାଯାଉଛି। କେବଳ ସେତିକି ନୁହେଁ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦସାନୀ ଏବଂ ଜାଭେଦ ଜାଫ୍ରିଙ୍କ ପୁଅ ମିଜାନଙ୍କୁ ଏଥିଲାଗି ପଚରାଯାଉଥିବା ନେଇ ଚର୍ଚ୍ଚା ହେଉଛି। ଫିଲ୍ମରେ ସଲମାନଙ୍କ ବ୍ୟତିତ ବିଗ୍‌ ବସ୍‌ ୧୩ ପ୍ରତିଯୋଗୀ ଶେହନାଜ ଗିଲ, ପୂଜା ହେଗଡେ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ସଲମାନଙ୍କ ଜନ୍ମଦିନ ଅର୍ଥାତ ଡିସେମ୍ବର ୩୦ରେ ପରଦାକୁ ଆସିବ।

Comments are closed.