ଆଜି ସାବିତ୍ରୀ, ସ୍ୱାମୀ ର ଦୀର୍ଘାୟୁ କାମନା କରୁଛନ୍ତି ବିବାହିତ ମହିଳା

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ମଙ୍ଗଳ ସହ ଦୀର୍ଘାୟୁ କାମନା କରି ବିବାହିତ ମହିଳାମାନେ ଏହି ବ୍ରତ ରଖିଥାନ୍ତି। ସକାଳୁ ସକାଳୁ ସଧବା ମହିଳାମାନେ ନୂଆ ଲୁଗା ପିନ୍ଧି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି।

ଗତ ଦୁଇ ବର୍ଷ ହେବ କୋଭିଡ୍‌ କଟକଣା ଯୋଗୁଁ ମନ୍ଦିରରେ ଏକାଠି ହୋଇ ପୂଜା କରିବା ବାରଣ କରାଯାଇଥିଲା। ତେବେ ଚଳିତ ବର୍ଷ କଟକଣା ହଟିଥିବାରୁ ମନ୍ଦିର ପରିସରରେ ଏହି ପୂଜା ପାଳନ ପାଇଁ ବ୍ୟବସ୍ଥା କରାଯାଇଛି।

Comments are closed.