ସୀମା ଟପିଲେ ଋଷ ସୈନ୍ୟ
ନୂଆଦିଲ୍ଲୀ: ହିଂସ୍ର ହୋଇପଡ଼ିଛନ୍ତି ରୁଷ ସୈନ୍ୟ ଅମାନବୀୟ ଓ ବର୍ବର କାଣ୍ଡ ଘଟାଇଛନ୍ତି । ଦୀର୍ଘ ୨ ମାସ ଧରି ଚାଲିଥିବା ଯୁଦ୍ଧ କେବେ ଥମିବ ତା ନାଁ ନେଉ ନଥିଲାବେଳେ ୟୁକ୍ରେନରେ ଧ୍ବସଂଲୀଳା ରଚିଚାଲିଛି ରୁଷିଆ । ଏହି ଯୁଦ୍ଧରେ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇଥିଲାବେଳେ ଅନେକ ଯୁବତୀ, ମହିଳା ଏବଂ ନାବାଳିକାଙ୍କୁ ବନ୍ଦୀ କରି ରଖିଛନ୍ତି ରୁଷୀୟ ସୈନ୍ୟ । କେବଳ ଏତିକି ନୁହେଁ ସେମାନଙ୍କ ମଧ୍ୟରୁ ଅନେକ ଗର୍ଭବତୀ ଥିବା ମଧ୍ୟ ଏବେ ଚିନ୍ତାର ବିଷୟ ପାଲଟିଛି ।
ସେଠାରେ ମହିଳାଙ୍କ ଭଳି ପୁରୁଷ ମଧ୍ୟ କମ୍ ଶୋଷଣର ଶିକାର ହେଉନାହାନ୍ତି । ରୁଷ ସୈନ୍ୟ ପୁରୁଷ ଏବଂ ବାଳକମାନଙ୍କୁ ମଧ୍ୟ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରିଛି ଜାତିସଂଘ । ରୁଷ ସୈନ୍ୟଙ୍କ ଏଭଳି ହିଂସାତ୍ମକ ଆଚରଣର ଖବର ସାମ୍ନାକୁ ଆସୁଥିବାରୁ ଏ ନେଇ ଅଭିଯୋଗ ଆଣିବା ବି ଆହ୍ବାନପୂର୍ଣ୍ଣ । ସେଠାରେ ଏଭଳି ନିର୍ଯାତନା ସହୁଥିବା ମହିଳା ଏବଂ ପୁରୁଷଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ବେଶ ଜରୁରୀ ହୋଇପଡ଼ିଛି ।
Comments are closed.