ବିହନ ଯୋଗାଇ ଦିଆଗଲା ଆଦିବାସୀଙ୍କୁ
ଫୁଳବାଣୀ: ଫୁଲବାଣୀ ଆଇ.ଟି.ଡ଼ି.ଏ ପକ୍ଷରୁ କନ୍ଧମାଳ ଜିଲ୍ଳା ଫୁଲବାଣୀ ଉପଖଣ୍ଡର ଫିରିଙ୍ଗିରିଆ, ଫୁଲବାଣୀ ଓ ଖଜୁରିପଡ଼ା ଆଦି ବ୍ଳକରୁ ଚିହ୍ନଟ ହୋଇଥିବା ଆଦିବାସୀ ଚାଷୀ ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ମାଗଣାରେ ଆଜି ଅଦା ବହିନ ପ୍ରଦାନ କରାଯାଇଛି । ଏହି ତିନୋଟି ବ୍ଳକରେ ୨୮୭ ଜଣ ଚାଷୀଙ୍କୁ ୨୪ ଟନ୍ ଉକୃଷ୍ଣ ଅଦା ବିହନ ପ୍ରଦାନ କରଯାଇଛି । ଅଦା ଏକ ଲାଭଜନକ ଫସଲ ହୋଇଥିବା ଓ ଏହି ସବୁ ଚାଷ ପାଇଁ ଏହି ସବୁ ବ୍ଳକ ଅଞ୍ଚଳର ଜଳବାୟୁ ବେଶ୍ ଅନୁକୂଳ ହୋଇଥିବାରୁ ବିଭାଗ ପକ୍ଷରୁ ଚଳିତ ବର୍ଷ ଏହି ଅଦାବିହନ ପ୍ରଦାନ କରଯାଇଛି ବୋଲି ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ ପ୍ରକାଶ କରିଛନ୍ତି ।
ବିଭାଗର ଏଭଳି ପଦକ୍ଷେପକୁ ମଧ୍ୟ ଚାଷୀମାନେ ବେଶ୍ ପ୍ରଶଂସା କରିଥିଲେ । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ବହିନ ବଂଟନ କାର୍ଯ୍ୟକ୍ରମରେ ମିଶନ ଜୀବିକା ପ୍ରକଳ୍ପର ପରିଚାଳକ ପି.ମୁରଲି ମୋହନ, ବିଷୟ ବିଶାରଦ ଶୁଭଶ୍ରୀ ମହାନ୍ତି, ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ ପ୍ରମୁଖ ଯେଗାଦେଇ ଚାଷ ଓ ବିକ୍ରିବଟା ଉପରେ ଚାଷୀ ମାନଙ୍କୁ ଉଚିତ୍ ମାର୍ଗ ଦର୍ଶନ ଦେଇଥିଲେ । ପୂର୍ବରୁ ମଧ୍ୟ ଏହି ତିନୋଟି ବ୍ଳକର ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବାପାଇଁ ମାଛଚାଷ , କୁକୁଡ଼ା ଚାଷ , ଛତୁ ଚାଷ ଆଦି କରିବା ପାଇଁ ମଧ୍ୟ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି ।
Comments are closed.