ରାଜଧାନୀ ରେ ମାତିଛି ବାଇକ ଚୋର

ଭୁବନେଶ୍ବର :  ଭୁବନେଶ୍ବରରେ ବଢିଚାଲିଛି ବାଇକ ଚୋରି ।  ବିଭିନ୍ନ ବଜାର ଅଞ୍ଚଳରୁ ହଜୁଛି ନୂଆ ପୁରୁଣା  ବାଇକ। ଆଜି ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ମାର୍କେଟ ବିଲ୍ଡିଂର ପଛ ପଟ ୭ନମ୍ବର ରାସ୍ତାରୁ ଏକ ହିରୋ ମୋଟର ସାଇକେଲ ଚୋରି ହୋଇଥିବା ଜଣା ପଡ଼ିଛି। ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ ଭୁବନେଶ୍ୱର ପ୍ରେସ କଲୋନୀରେ ରହିଥିବା ଇନ୍ଦ୍ରଜିତ ପଣ୍ଡା ନାମକ ଜୈନକ ଯୁବକ କୌଣସି କାମରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ଆସିଥିଲେ।

ସେ ମାର୍କେଟ ବିଲ୍ଡିଂର ପଛ ପଟେ ଥିବା ରାସ୍ତାର ପାର୍ଶ୍ୱରେ ନିଜର( HERO HF DELUX, Registration no:OD 33X-3145) ବାଇକଟିକୁ ହ୍ୟାଣ୍ଡେଲ ଲକ କରି ରଖି ଯାଇଥିଲେ।ପ୍ରାୟ ଏକ ଘଣ୍ଟା ପରେ ନିଜର କାର୍ଯ୍ୟ ସାରି ଫେରି ଆଉ ତାଙ୍କ ଗାଡ଼ିକୁ ପାଇ ନଥିଲେ।ବହୁ ଖୋଜା ଖୋଜି ପରେ ମଧ୍ୟ ଗାଡି ନମିଳିବାରୁ ସେ ଗାଡି ଚୋରି ସମ୍ପର୍କରେ ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ।ସୂଚନା ପାଇ ପିସିଆର-୧ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Comments are closed.