୧୨ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

ଭଦ୍ରକ : ଜମି କିଣିବା ପାଇଁ ବ୍ୟାଙ୍କରୁ ୧୨ ଲକ୍ଷ ଟଙ୍କା ଉଠାଇ ରାସ୍ତାପାଖରେ ଠିଆ ହୋଇଥିଲେ ଜଣେ ଶିକ୍ଷକ। ବାଇକ୍‌ରେ ଆସି ତାଙ୍କ ପାଖରୁ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧୀନ ଅପର୍ତ୍ତିବିନ୍ଧାସ୍ଥିତ ଷ୍ଟେଟ ବ୍ୟାଙ୍କ ଛକରେ। ଏନେଇ ଶିକ୍ଷକ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।

ଲୁଟ୍‌ର ଶିକାର ହୋଇଥିବା ଶିକ୍ଷକଙ୍କ ନାଁ ଅଶୋକ ଖିଲାର। ସେ ଆଗରପଡ଼ା ହାଇସ୍କୁଲରେ କାମ କରନ୍ତି। ସେ ଆସନ୍ତାକାଲି ଏକ ଜମି କିଣି ଥା’ନ୍ତେ। ସେଥିପାଇଁ ଅପର୍ତ୍ତିବିନ୍ଧାସ୍ଥିତ ଷ୍ଟେଟ ବ୍ୟାଙ୍କରୁ ଆଜି ସେ ୧୨ ଲକ୍ଷ  ଟଙ୍କା ଉଠାଇଥିଲେ। ଟଙ୍କା ଉଠାଇ ସେ ବ୍ୟାଙ୍କ ପାଖରେ ଥିବା ଏକ ଚା’ ଦୋକାନ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ନିକଟରୁ ଟଙ୍କା ବ୍ୟାଗ୍ ଛଡ଼ାଇ ଚମ୍ପଟ ମାରିଥିଲେ।

ଅଶୋକ ଖିଲାର ପ୍ରତିରୋଧ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ପାରି ନଥିଲେ। ଦୁର୍ବୃତ୍ତମାନେ ଠେଲି ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ଟଙ୍କା ଲୁଟ୍ ନେଇ ସେ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ କରୁଛି।

Comments are closed.