ବଡ ପରଦାରେ ନଜର ଆସିବେ ରିୟା ଚକ୍ରବର୍ତ୍ତୀ

ବଲିଉଡ୍‌ ଅଭିନେତ୍ରୀ ତଥା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ଗାର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଏବେ କିଛି ନା କିଛି କାରଣ ଯୋଗୁ ଚର୍ଚ୍ଚାରେ ରହୁଛନ୍ତି। ପ୍ରଥମେ ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ଯୋଗୁ ଲାଇମ୍‌ ଲାଇଟ୍‌ରେ ଥିବା ରିୟା ଏବେ ନିଜ କ୍ୟାରିୟର ଯୋଗୁ ପୁଣିଥରେ ଆଲୋଚନାର ପରିସରକୁ ଆସିଛନ୍ତି। ବଲିଉଡ୍‌ ପରେ ଏବେ ଟଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଖୁବ୍‌ଶୀଘ୍ର ସେ ବଡ଼ ପରଦାକୁ ଫେରୁଛନ୍ତି।

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବେ ଦକ୍ଷିଣ ଭାରତୀୟ ସିନେମାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ରିୟା ବଙ୍ଗାଳୀ ପ୍ରଯୋଜକ ରାଣା ସରକାରଙ୍କ ସହ ଏକ ଫିଲ୍ମ କରିବେ। ରାଣା ସରକାର ନିକଟରେ ରିୟା ଚକ୍ରବର୍ତ୍ତୀଙ୍କ ଜନ୍ମ ଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏବେ ଏହି ବଙ୍ଗାଳୀ ପ୍ରଡ୍ୟୁସରଙ୍କ ଏକ ଇଣ୍ଟରଭ୍ୟୁ ସାମ୍ନାକୁ ଆସିଛି। ଏଥିରେ ସେ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଅନେକ କଥା କହିଛନ୍ତି। ଏହି ଇଣ୍ଟରଭ୍ୟୁରୁ ହିଁ ଲୋକମାନେ ଅନୁମାନ କରୁଛନ୍ତି ଯେ ସେ ରିୟାଙ୍କ ସହ ଆଗକୁ କାମ କରିପାରନ୍ତି।

ବଙ୍ଗାଳୀ ପ୍ରଯୋଜକ ରାଣା ସରକାର ଏହି ଇଣ୍ଟରଭ୍ୟୁରେ କହିଥିଲେ, ଆମେ ଫିଲ୍ମର କାହାଣୀ ରିୟା ଚକ୍ରବର୍ତ୍ତୀଙ୍କ ଟିମ୍‌କୁ କହିଛୁ। ଏବେ କେବଳ ସେମାନଙ୍କ ଉତ୍ତରକୁ ଅପେକ୍ଷା ରହିଛି। ତାଙ୍କ ହଁରୁ ପକ୍କା ହୋଇଯିବ ଯେ ରିୟା ଚକ୍ରବର୍ତ୍ତୀ ଟଲିଉଡ୍‌ରେ ଡେବ୍ୟୁ କରିବେ କି ନାହିଁ। ଯଦି ଏମିତି ହୁଏ ତେବେ ରିୟା ଚକ୍ରବର୍ତ୍ତୀଙ୍କ ଫ୍ୟାନ୍‌ଙ୍କ ପାଇଁ ଏହା ଏକ ବଡ଼ ଖବର ହୋଇପାରେ।

Comments are closed.