ରେକର୍ଡ ଭାଙ୍ଗିଲା ଫିଲ୍ମ ଆଦିପୁରୁଷ
ମୁମ୍ବାଇ: ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜୀବନ ଉପରେ ଆଧାରିତ ପୌରାଣିକ କାହାଣୀ ‘ଆଦିପୁରୁଷ’ ଜୁନ୍ ୧୬ ତାରିଖରେ ରିଲିଜ୍ ହେବ। ଏହି ଫିଲ୍ମଟିର ପୋଷ୍ଟ୍ରରୁ ନେଇ ଟ୍ରେଲର୍ ପର୍ଯ୍ୟନ୍ତ ସବୁକୁ ନେଇ ଟ୍ରୋଲ୍ କରାଯାଉଥିଲେ ବି ରୋଜଗାର କ୍ଷେତ୍ରରେ ଏହା ‘ପୁଷ୍ପା’କୁ ବି ପଛରେ ପକାଇଛି। ଫିଲ୍ମଟି ଆଗକୁ ରିଲିଜ୍ ହେବାକୁ ଥିବା ବେଳେ ଏହାର ଅଗୀମ ବା ଆଡ୍ଭାନ୍ସ ବୁକିଂ ଆରମ୍ଭ ହୋଇଗଲାଣି। ‘ପୁଷ୍ପା’ ଫିଲ୍ମ ପାଇଁ ୨୪ ଘଣ୍ଟା ମଧ୍ୟରେ ଯେତିକି ଆଡ୍ଭାନ୍ସ ବୁକିଂ ହୋଇଥିଲା ‘ଆଦିପୁରୁଷ’ରେ ସେ ତୁଳନାରେ ଯଥେଷ୍ଟ ଅଧିକ ହୋଇଛି।
ବିଭିନ୍ନ ବକ୍ସ ଅଫିସ୍ ଟ୍ରାକର୍ସ ଅନୁସାରେ ୧.୫ କୋଟିର ଏହି ଫିଲ୍ମଟି ଆଡଭାନ୍ସ ବୁକିଂର ପ୍ରଥମ ଦିନରେ ୧.୭ କୋଟି ଟଙ୍କା ଆୟ କରିଛି। ତେବେ ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନଥିଲେ ବି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।
ନିର୍ଦ୍ଦେଶକ ଓମ ରାଉତଙ୍କ ପୌରାଣିକ ଚଳଚ୍ଚିତ୍ର ‘ଆଦିପୁରୁଷ’ ଏବେ ଚର୍ଚ୍ଚାରେ ରହିଛି। ସୁପରଷ୍ଟାର ପ୍ରଭାସ, କ୍ରିତି ସାନନ ଏବଂ ସୈଫ ଅଲୀ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ମୁକ୍ତିଲାଭ ପାଇଁ ଦର୍ଶକ ଦିନ ଗଣିଥିବା ବେଳେ ଏହା ଏବେ ପ୍ରେକ୍ଷାଳରେ ଧୁମ୍ ମଚାଉଛି। ଫିଲ୍ମର ରିଲିଜ୍ ତାରିଖ ଯେତିକି ପାଖେଇ ଆସୁଥିଲା ଲୋକଙ୍କ ମଧ୍ୟରେ ଉତ୍ସାହ ସେତେ ବଡୁଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଥିବା ବେଳେ ଅଭିନେତା ରଣବୀର କପୁର ଫିଲ୍ମର ୧୦ହଜାର ଟିକେଟ୍ କିଣିଥିବା କଥା ପୂର୍ବରୁ ଶୁଣାଯାଉଛି।
Comments are closed.