ଦିନକ ପରେ ବିଶ୍ୱପ୍ରିସଦ୍ଧ ଘୋଷଯାତ୍ରା
ପୁରୀ : ଆଉ ଦିନକ ପରେ ବିଶ୍ୱପ୍ରିସଦ୍ଧ ଘୋଷଯାତ୍ରା। ତିନି ରଥର ଠେକରା ବାଡ଼ ସଂଯୋଗ କରାଯାଇଛି। ସେପଟେ ପ୍ରଭା ରଙ୍ଗ କାମକୁ ଶେଷ ସ୍ପର୍ଶ ଦିଆଯାଉଛି। ତିନି ରଥର ଚିତ୍ରକର ସେବକମାନେ ଏହି କାମକୁ ଶେଷ ସ୍ପର୍ଶ ଦେଉଛନ୍ତି। ବାକି ରଥ ରଙ୍ଗ କାମ ଜାରି ରହିଛି । ପାର୍ଶ୍ୱ ଦେବାଦେବୀଙ୍କ ରଙ୍ଗ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ପ୍ରଥମ ପର୍ଯ୍ୟାୟରେ ୩ ରଥର ଦୁଆର ବେଢାରେ କନା ଲାଗିବା କାମ ଆରମ୍ଭ ହୋଇଛି। ଆଜି ବାକି ଅଂଶରେ ରଥ କନା ଲାଗିବ। ତିନି ରଥ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବ୍ରେକ୍। ରଥ ନିର୍ମାଣ କାର୍ଯ୍ୟକୁ ୫୫ ଦିନ ପୁରିଛି। ରଥଖଳାରେ କାମ ଶେଷ ପରେ ରଥ ଚାଲିକୁ ଭାଙ୍ଗି ଦିଆଯାଇଛି।
Comments are closed.