ରଶ୍ମିରେଖା ମୃତ୍ୟୁ ମାମଲା: ଅଡ଼ିଓ ହେଉଛି ଭାଇରାଲ
ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଘଟଣା ଏବେ ଜଟିଳ ମୋଡ଼ ନେଇଛି । ତାଙ୍କ ମୃତୁ୍ୟକୁ ନେଇ ସେ କାହାରିକୁ ଦାୟୀ କରିନଥିଲେ ମଧ୍ୟ ପରିବାର ଲୋକେ ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏହା ଭିତରେ ରଶ୍ମିରେଖାଙ୍କର ଏକ ଅଡ଼ିଓ ଟେପ ଭାଇରାଲ ହୋଇଛି । ଯେଉଁଥିରେ ରାଜା ନାମକ ଜଣେ ଯୁବକଙ୍କୁ ନେଇ ସନ୍ତୋଷ ଓ ରଶ୍ମିରେଖାଙ୍କ ଭିତରେ କଥାବାର୍ତ୍ତା ଚାଲିଛି ।
ସନ୍ତୋଷ ରଶ୍ମିଙ୍କୁ ପଚାରିଛନ୍ତି ଯେ, “ରାଜା କାହିଁକି ମତେ ବ୍ଲକ କରିଛି?” ରଶ୍ମି ରାଗିଯାଇ କହିଥିଲେ ଯେ, “ତାଡ଼ି ହୋଇଗଲା ବ୍ଲକ କଲେ । ତୁ କାଇଁ ତାକୁ କଲ କରୁଛୁ, ମୋତେ ଟିକେ କହିନୁ, ସେଟା ଭଲ ପିଲା ନୁହେଁ, ସାଇକୋ ଟା, ପାଗଳା ଟା, ମାଡ଼ ଖାଏ ତାହା ସହ କଥା ହୁଅନି ।” ଏହି ବାର୍ତ୍ତାଳାପରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ରାଗାଙ୍କୁ ନେଇ ଉଭୟଙ୍କ ମଧ୍ୟରେ ଝଡ଼ ସୃଷ୍ଟି ହୋଇଥିଲା । ସବୁବେଳେ ଝଗଡ଼ା ମଧ୍ୟ ଲାଗୁଥିଲା ।
କେବଳ ସେତିକି ନୁହେଁ ନିଜ ସୁଇସାଇଡ଼ ନୋଟରେ ନିଜକୁ ଖରାପ ଝିଅ ବୋଲି ଦର୍ଶାଇଛନ୍ତି ରଶ୍ମିରେଖା । ସେ ଲେଖିଛନ୍ତି, “ଆଇ ଲଭ ୟୁ ସନ୍ । ବେବି ତତେ ଛାଡ଼ିକି ଯିବାକୁ ଇଚ୍ଛା ନାହିଁ । ହେଲେ ମୁଁ ଆଉ ପାରୁନି । ମତେ ଭୁଲି ଯିବୁ । ଆଉ ଭଲରେ ତୋ ଲାଇଫ ତିଆରି କରିବୁ । ୟାର ମୁଁ ବହୁତ ଖରାପ ଝିଅ ୟାର । ସନ୍ତୋଷ ତାଙ୍କ ଚରିତ୍ରକୁ ସନେ୍ଦହ କରୁଥିବାରୁ ସେ ଏଭଳି ସୁଇସାଇଡ଼ ନୋଟ ଲେଖିଥିବା ଅନୁମାନ କରୁଛି ପୋଲିସ ।
Comments are closed.