ରସଗୋଲା ଦିବସର ନିଆରା ଶୁଭେଚ୍ଛା

ପୁରୀ : ଆଜି ମହାପ୍ରଭୁ କରିବେ ନୀଳାଦ୍ରୀ ବିଜେ।  ମହାପ୍ରଭୁ ରସଗୋଲା ଖୁଆଇ ମା ଲଷ୍ମୀଙ୍କ ମାନଭଂଜନ କରିବେ । ଏଥିପାଇଁ ଗତ କିଛି ବର୍ଷ ହେଲା ପାଳନ ହେଉଛି ରସଗୋଲା ଦିବସ। ଏହାକୁ ପ୍ରସଙ୍ଗ କରି ପୁରୀ ବେଳାଭୂମିରେ ବାଲୁକାକଳା।

ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକାକଳା ନିର୍ମାଣ କରି ରସଗୋଲା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।  ମହାପ୍ରଭୁଙ୍କ ଏକ ରଙ୍ଗୀନ ପ୍ରତିକୃତି ସହ ପହଣ୍ଡି ସମୟର ଏକ ଚିତ୍ର ସ୍ଥାନିତ ହୋଇଛି ଏହି ବାଲୁକା କଳାରେ ।

Comments are closed.