ନାବାଳିକା ଦୁଷ୍କର୍ମ ମାମଲା, ଜେଲ ଗଲେ ପୁଲିସ ବାବୁ

ନୟାଗଡ଼ : ନାବାଳିକା ଦୁଷ୍କର୍ମ ଘଟଣାରେ ପୂର୍ବତନ ଏଏସ୍‌ଆଇଙ୍କୁ ୨୦ ବର୍ଷ କାରାଦଣ୍ଡ । ୨୦ ହଜାର ଟଙ୍କା ଜୋରିମାନା ସହ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ ଫାଷ୍ଟ ଟ୍ରାକ୍‌ କୋର୍ଟ ।

ଦଣ୍ଡ ପାଇଥିବା ପୂର୍ବତନ ପୋଲିସ ଅଧିକାରୀ ହେଲେ ବାଣିଗୋଚ୍ଛା ଥାନାର ଏଏସ୍‌ଆଇ ବ୍ରଜ କିଶୋର ମଲ୍ଲିକ । ବ୍ରଜ କିଶୋର ଛୁଟିରେ ଆସିଥିବାବେଳେ ଗାଁର ଜଣେ ସମ୍ପର୍କୀୟ ଝିଆରୀ ସହ ଦୁଷ୍କର୍ମ କରିଥିଲେ । ପରେ ନାବାଳିକା ଜଣକ ଗର୍ଭବତୀ ହେବା ପରେ ପରିବାର ଲୋକ ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ କରିଥିଲେ ।

ପରେ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ ହୋଇଥିଲା । ଏସ୍‌ପିଙ୍କ ନିର୍ଦ୍ଦେଶରେ ଫତେଗଡ଼ ଥାନାରେ ୨୦୧୮ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ହୋଇଥିଲା।

Comments are closed.