ରଣବୀରଙ୍କ ନ୍ୟୁଡ୍ ଫଟୋକୁ ପସନ୍ଦ କଲେ ରାମ ଗୋପାଲ
ମୁମ୍ବାଇ: ଯେବେଠୁ ବଲିଉଡର ହ୍ୟାଣ୍ଡସମ୍ ରଣବୀର ସିଂହ ନ୍ୟୁଡ୍ ଫଟୋସୁଟ୍ କରାଇଛନ୍ତି, ସେବେଠୁ ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଛି। ଅନେକ ତାଙ୍କୁ ତାଙ୍କର ଏହି ଉଲଗ୍ନ ଫଟୋକୁ ନେଇ ଟ୍ରୋଲ କରୁଛନ୍ତି।
ସେହିପରି ତାଙ୍କୁ ଏଥିପାଇଁ କିଛି ସମଥର୍ନ ମଧ୍ୟ କରିଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଛନ୍ତି ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ତାଙ୍କୁ ରଣବୀରଙ୍କ ଏହି ଫଟୋ ଭାରି ପସନ୍ଦ ଆସିଛି। ଏଥିପାଇଁ ସେ ଆଗକୁ ଆସି ରବଣୀରଙ୍କ ପାଇଁ କରିଛନ୍ତି ଓକିଲାତି। କେବଳ ସେତିକି ନୁହେଁ ଟ୍ରୋଲର୍ସଙ୍କୁ ମୁହଁତୋଡ ଜବାବ ମଧ୍ୟ ଦେଇଛନ୍ତି।
ରଣବୀରଙ୍କ ଏହି ନ୍ୟୁଡ୍ ଫଟୋକୁ ନେଇ ରାମ ଗୋପାଲ ବର୍ମା ଲିଙ୍ଗଗତ ସମାନତା ସହ ଯୋଡିଛନ୍ତି। ସେ କହିଛନ୍ତି, ‘ଯଦି ମହିଳାମାନେ ନିଜର ସେକ୍ସି ବଡିକୁ ଦେଖାଇପାରନ୍ତି ତେବେ ପୁରୁଷମାନେ କାହିଁକି ନୁହେଁ?’ ଇ-ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାର୍ରେ ରାମ ଗୋପାଲ କହିଛନ୍ତି, ‘ମୁଁ ଭାବୁଛି ଏହା ହେଉଛି ରଣବୀର ସିଂଙ୍କ ଲିଙ୍ଗଗତ ସମାନତା ପାଇଁ ନ୍ୟାୟ ଦାବି। ଯଦି ମହିଳାମାନେ ନିଜ ଦେହ ଦେଖାଇପାରନ୍ତି, ତେବେ ପୁରୁଷମାନେ କାହିଁକି କରିପାରିବେ ନାହିଁ? ମହିଳାମାନଙ୍କ ପରି ପୁରୁଷମାନଙ୍କର ମଧ୍ୟ ସମାନ ଅଧିକାର ରହିବା ଉଚିତ୍।’ କେବଳ ସେତିକି ନୁହେଁ ରଣବୀରଙ୍କ ଏହି ନ୍ୟୁଡ୍ ଫଟୋ ନିର୍ଦ୍ଦେଶକ ରାମ ଗୋପାଲଙ୍କୁ ବେଶ୍ ପସନ୍ଦ ଆସିଥିବା ମଧ୍ୟ କହିଛନ୍ତି।
Comments are closed.