କୋମାରେ ଅଛନ୍ତି ରାଜୁ ଶ୍ରୀବାସ୍ତବ
ନୂଆଦିଲ୍ଲୀ: କୋମାରେ ଅଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ। ତାଙ୍କ ବ୍ରେନ୍ ଡେଡ୍ ହୋଇନାହିଁ, ସେ କୋମାରେ ଅଛନ୍ତି ବୋଲି କହିଛନ୍ତି ରାଜୁଙ୍କ ମ୍ୟାନେଜର ରାଜେଶ ଶର୍ମା। ଏହାସହ ସେ କହିଛନ୍ତି ଗତକାଲି ଅପେକ୍ଷା ଆଜି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜେଶ ଶର୍ମା କହିଛନ୍ତି ଯେ, ‘ବର୍ତ୍ତମାନ ରାଜୁଙ୍କ ସବୁ ଅଙ୍ଗ ଭଲ କାମ କରୁଛି। ସବୁ ସ୍ଥିତି ନିୟନ୍ତ୍ରଣରେ ଅଛି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ପ୍ରଥମେ ବ୍ରେନରେ ସମସ୍ୟା ଥିଲା, ହେଲେ ଏବେ ନାହିଁ। ଏହାକୁ ବ୍ରେନ୍ ଡେଡ୍ କୁହାଯିବନାହିଁ। ସେ କୋମାରେ ଅଛନ୍ତି। ତାଙ୍କର ସମସ୍ତ ଅଙ୍ଗ କାମକରୁଛି। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ନୂଆ ଡାକ୍ତରୀ ଟିମର ଚିକିତ୍ସା ଦ୍ୱାରା ସେ ଭବିଷ୍ୟତରେ ଭଲ ହେବାର ସମ୍ଭାବନା ରହିଛି।’
Comments are closed.