ଆଜି ପବିତ୍ର ରଜ ସଂକ୍ରାନ୍ତି

ଭିଜାମାଟିର ବାସ୍ନା। ଚାରିଆଡେ ଦୋଳି, ପୋଡ଼ପିଠା ଓ ପାନରେ ପାଳିତ ହେଉଛି ଓଡ଼ିଶାର ଗଣପର୍ବ ରଜ ପାଳିତ। ଆଜି ରଜ ସଂକ୍ରାନ୍ତି। ଗାଁରୁ ସହର ପୋଡ଼ପିଠାରେ ମହକୁଛି ପରିବେଶ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ଓ ଅନ୍ୟ ଶୃଙ୍ଗାର କରି ରଜ ଦୋଳିର ଆନନ୍ଦ ଉଠାଉଛନ୍ତି କୁଆଁରୀ ଝିଅ।

କୋଭିଡ ପାଇଁ ୨ବର୍ଷ ଧରି ଧୁମଧାମରେ ପାଳନ କରିପାରିନଥିଲେ ଲୋକେ। ଏଥର କିନ୍ତୁ ଏକାଠି ହୋଇ ପାଳିଛନ୍ତି ରଜ। ବିଭିନ୍ନ ଭେରାଇଟର ପିଠା ସହ ରଜ ପାନ ଖାଇ ଉପଭୋଗ କରୁଛନ୍ତି। ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳନ ସହ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ ହେଉଛି।

Comments are closed.