ରଜଖଳା ରୁ ଗାଁଦାଣ୍ଡ ପର୍ଯ୍ଯନ୍ତ ସବୁଠି ଖୁସିର ଆସର
ସାଲେପୁର : ବାର ମାସରେ ତେର ପର୍ବ ଭଳି ରଜ ହେଉଛି ଆମ ସଂସ୍କୃତିର ଏକ ଅନନ୍ଯ ପର୍ବ । ରଜ ଖଳାରୁ ଗାଁ ଦାଣ୍ଡ ପର୍ଯ୍ଯନ୍ତ ସବୁଠି ରଜର ଆସର । ଏବେ ଅବାଳ ବୃଦ୍ଧା ବନିତା ଙ୍କୁ ସ୍ବାଗତ କରିବାକୁ ରଜ ଖଳା ପ୍ରସ୍ତୁତ ହେଉଛି । ଆଜି ସଜବାଜରେ ରଜ ଦୋଳି ଖେଳି ପାନ ଖାଇ, ଅଳତା, ମେହେନ୍ଦି ଲଗାଇ ବେଶ ଖୁସି ଝିଅ ମାନେ ।
ଏପଟେ ଗତ ଦୁଇ ବର୍ଷର କୋଭିଡ କଟକଣାରେ ସବୁ ଯେମିତି ଠପ ହୋଇଯାଇଥିଲା । ତେବେ ଦୁଇବର୍ଷ ପରେ ପୁଣି ଫେରିଛି ଖୁସି । ରଜକୁ ଧୁମ ଧାମ ରେ ପାଳନ କରିବାକୁ ଦେଖନ୍ତୁ ସାଲେପୁର ଛାଣିପୁର ,ରାଘବପୁର, ବାହାରପଡା , ନଇଗୁଆ, ଜଳହରି ଆଦି ଗାଁ ରେ ପିଲା ଠାରୁ ବୁଢା ପର୍ଯ୍ଯନ୍ତ ସମସ୍ତେ ଲାଗିଛନ୍ତି ପ୍ରସ୍ତୁତିରେ । ରଜ ଖଳା ରେ ବୟସ୍କ ମାନେ ଲାଗି ପଡିଛନ୍ତି ଦୋଳି ବନ୍ଧିବା,ରେ । ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ଭଳିକି ଭଳି ଦୋଳି ଲାଗୁଛି । ରଜକୁ ଅଧିକ ସରସ ସୁନ୍ଦର କରିବା ପାଇଁ ରଜ ତିନିଦିନ ବିଭିନ୍ନ ସଂସ୍କୃତିକ କାର୍ଯ୍ଯକ୍ରମର ମଧ୍ଯ ଆୟୋଜନ ହେବ। ସଜବାଜରେ ପୁରା ଚୁଡାନ୍ତ ହୋଇଛି ଏହି ପ୍ରସ୍ତୁତି ଏନେଇ ବେଶ ଖୁସି ଅଛନ୍ତି ପିଲାମାନେ।
ଆଜି ସଜବାଜ ହେଲେ, ଏବେ ଠାରୁ ରଜଖଳାରେ ପିଲା ମାନଙ୍କ ଭିଡ ଜମି ଆସିଲାଣି । ଝିଅ ମାନେ ରଜଦୋଳି ଖେଳିବାକୁ ପହଞ୍ଚିଲେ ରଜ ଖଳାରେ । ଦୁଇ ବର୍ଷ ପରେ ପୁଣି ସାଙ୍ଗ ସାଥି ଙ୍କ ମେଳରେ ଏହି ରଜ ତିନିଦିନ ପାଳିବା କୁ ବେଶ ଖୁସି ସେମାନଙ୍କ ମଧ୍ୟରେ । କିଭଳି ନିଜ ଗାଁ ର ରଜ ମହୋସବ କିଭଳି ଅଧିକରୁ ଅଧିକ ଆକର୍ଷିତ ହେବେ ସେନେଇ ବିଭିନ୍ନ ଗାଁ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇ ଗଲାଣି ବୋଲି କହିଛନ୍ତି ଆୟୋଜକ। ଆଜି ସଜବାଜ ପରେ ଆସନ୍ତାକାଲି ପହିଲି ରଜ। ପାଗ ଅନୁକୂଳ ରହିଲେ ଏଥର ପୁରା ଜମିବ ରଜ ଉତ୍ସବ।
Comments are closed.