ରାହୁଲଙ୍କୁ ଉଠାଇନେଲା ପୋଲିସ

ନୂଆଦିଲ୍ଲୀ: ପୁଲିସ୍‌ ହେପାଜତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ତାଙ୍କୁ ଦିଲ୍ଲୀ ପୁଲିସ୍‌ ରାସ୍ତାରୁ ଉଠାଇ ନେଇ ବସ୍‌ ଭିତରେ ଅଟକ ରଖିଛି। କେବଳ ରାହୁଲ ଗାନ୍ଧି ନୁହନ୍ତି କଂଗ୍ରେସର ଅନେକ ବରିଷ୍ଠ ନେତା ବିକ୍ଷୋଭ କରୁଥିବା ବେଳେ ସେମାନଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୁଲିସ୍‌। ଆଜି ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଜେରା କରୁଛି। ଏହା ବିରୋଧରେ କଂଗ୍ରେସ ଦିଲ୍ଲୀ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ ପ୍ରଦର୍ଶନ କରିଛି।

ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା କଂଗ୍ରେସର ବିକ୍ଷୋଭ ସଭାରେ ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ। ଇଡିର ରାଜନୀତିକରଣ କରାଯାଉଥିବାରୁ ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ସଂସଦ ଠାରୁ ବିଜୟଚୌକ ଯାଏ ଶୋଭାଯାତ୍ରା କରିଥିଲେ। ଏହାର ନେତୃତ୍ୱ ନିଜେ ରାହୁଲ ଗାନ୍ଧି ନେଇଥିଲେ। ସେମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା।

Comments are closed.