ଇଡି ଅଫିସ ସମ୍ମୁଖରେ ୧୪୪ ଧାରା

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ସମନ ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ। ଆଜି ରାହୁଲ ଗାନ୍ଧି ଇଡିରେ ହାଜର ହେବାକୁ ଥିବା ବେଳେ କଂଗ୍ରେସ ପକ୍ଷରୁ ଇଡି କାର୍ଯ୍ୟାଳୟ ସମ୍ମୁଖରେ ବଡ଼ଧରଣର ବିକ୍ଷୋଭ ପାଇଁ ସଜବାଜ ଆରମ୍ଭ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀର ଇଡି କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରାଯାଇଛି। ତଥାପି ଇଡି ଅଫିସ ଅଭିମୁଖେ ଏକ ବିଶାଳ ରାଲି ଯାତ୍ରା କରିବାକୁ ଯୋଜନା କରିଛି କଂଗ୍ରେସ। ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ବାଷଭବନରେ ପହଞ୍ଚିଛନ୍ତି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା।

ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି ।  ଏହି ପରିପ୍ରେକ୍ଷୀରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ପାଇଁ ଯୋଜନା କରିଛି। ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିବେ ।  ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଆସନ୍ତା ୨୩ତାରିଖରେ ବି ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା ।

Comments are closed.