କାହିଁକି ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ଆନ୍ଦୋଳନ ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାର୍ଟି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ହିଟଲର କହିଛନ୍ତି। ନ୍ୟାସନାଲ ହେରାଲ୍ଡ କେସରେ ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ନିଜର ପକ୍ଷ ରଖିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ବିଜେପିକୁ ବିରୋଧୀଙ୍କ ସ୍ଵର ଶୁଣିଲେ ଡର ଲାଗୁଛି। ସରକାର ଦେଶରେ ଗଣତନ୍ତ୍ରର ହତ୍ୟା କରିବାରେ ଜୁଟି ଯାଇଛି।

ରାହୁଲଙ୍କୁ ଯେବେ ଗଣମାଧ୍ୟମ ପ୍ରତିନିଧି ଇଡିର କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ କଲେ, ସେ କହିଛନ୍ତି ମୋ ଉପରେ ଯେବେ ବି ଆକ୍ରମଣ ହୁଏ ମୋତେ ବହୁତ ମଜା ଲାଗେ। ମୁଁ ଏଥିରୁ ଶିଖିଥାଏ। ମୋତେ ଏହି ଧରଣର କାର‌୍ୟ୍ୟାନୁଷ୍ଠାନରୁ ଖୁସି ମିଳିଥାଏ। ମୁଁ ସରକାରଙ୍କ ବିରୋଧରେ ଯେତେ କହିବି, ମୋ ବିରୋଧରେ ସେତେ ଅଧିକ କାର୍ଯ୍ୟାନୁଷ୍ଠାନ ହେବ। ଯିଏ ଧମକାଇଥାଏ ବାସ୍ତବରେ ସେ ହିଁ ଡରିଥାଏ। ମୁଁ ଦରବୃଦ୍ଧି ଏବଂ ବେରୋଜଗାରୀ ବିରୋଧରେ କହିବା ଜାରି ରଖିବି ବୋଲି ରାହୁଲ କହିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି, ଗଣତନ୍ତ୍ରରେ ବିରୋଧୀ ସଂସ୍ଥାର ବଳରେ ଲଢିଥାଏ। ନ୍ୟାୟିକ ବ୍ୟବସ୍ଥା ଏବଂ ମିଡିଆ ବଳରେ ବିରୋଧୀ ପାର୍ଟି ଛିଡା ହୋଇଥାଏ। ଦେଶର ପ୍ରତ୍ୟେକ ସଂସ୍ଥାରେ ଆଜି ଆରଏସଏସର ବ୍ୟକ୍ତି ବସିଛନ୍ତି। ନିଜ ସରକାର ସହ ତୂଳନା କରି ସେ କହିଛନ୍ତି, କଂଗ୍ରେସ ଏମିତି ସଂସ୍ଥାକକୁ ନିୟନ୍ତ୍ରଣ କରୁନଥିଲା। ଆଜି ପରିଦୃଶ୍ୟରେ ବହୁତ ପରିବର୍ତ୍ତନ ଆସିଛି। ଯିଏ ଅନ୍ୟ ପାର୍ଟିକୁ ସାହାଯ୍ୟ କରିବାକୁ ଚାହୁଁଛି ତା ବିରୋଧରେ ଇଡି ଏବଂ ଆଇଟି ଲଗାଇ ଦିଆଯାଉଛି।

Comments are closed.