ରାହୁଲ ଦ୍ରାବିଡ କରୋନା ପଜିଟିଭ

ଏସିଆ କପ୍ ପୁର୍ବରୁ ଭାରତୀୟ ଟିମକୁ ଲାଗିଛି ବଡ଼ ଝଟକା। ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନା ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସେ ଭାରତୀୟ ଟିମ୍ ସହିତ ଏସିଆ କପ୍ ପାଇଁ ଗସ୍ତ କରିପାରିବେ କିମ୍ବା ନାହିଁ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏଥିପାଇଁ ଧୋନୀ ପ୍ରସ୍ତୁତ ରହିଛନ୍ତି। ପୁଣି ଥରେ ଧୋନୀ ମେଣ୍ଟର ଦାୟିତ୍ୱ ତୁଲାଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଭାରତୀୟ ଟିମକୁ ଆଜି ହିଁ ୟୁଏଇ ଗସ୍ତରେ ଯିବାର ଅଛି। ଏସିଆ କପ୍ ୨୭ ଅଗଷ୍ଟରୁ ଆରମ୍ଭ ହେବ। ଭାରତ ଏହାର ପ୍ରଥମ ମ୍ୟାଚ୍ ୨୮ ଅଗଷ୍ଟରେ ଖେଳିବ।

ତେବେ ଧୋନୀ ମେଣ୍ଟର ଦେବା ବିଷୟରେ ଏପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ । ତେବେ କେବଳ ଆକଳନ କରାଯାଉଛି। ଯଦି ଧୋନୀ ଦାୟିତ୍ୱ ନିଅନ୍ତି ତେବେ ଖେଳାଳିଙ୍କୁ ଫାଇଦା ମିଳିବ। ଧୋନୀଙ୍କ ସହିତ ଖେଳାଳିଙ୍କର ବେଶ୍‌ ନିବିଡତା ରହିଛି। ତେଣୁ ଧୋନୀ ମେଣ୍ଟର ଭାବେ ଭଲ କାମ କରିପାରନ୍ତି। ଧୋନୀ ପୂର୍ବରୁ ଏସିଆ କପ ଖେଳିବାର ଅନୁଭବ ମଧ୍ୟ ରଖିଛନ୍ତି। ଧୋନୀ ପାକିସ୍ତାନ, ବାଲାଂଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ବିପକ୍ଷରେ ଖେଳାଳିଙ୍କୁ ବୁଝନ୍ତି। ଯାହାର ଫାଇଦା ଖେଳାଳିଙ୍କୁ ନିଶ୍ଚିତ ମିଳିବ।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ହୋଇଥିବା ସିରିଜ୍ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ବିଶ୍ରାମ ନେଇଥିଲେ। ଦିନିକିଆ ସିରିଜ୍ ଖେଳିବା ପାଇଁ ଜିମ୍ବାୱେରେ ପହଞ୍ଚିଥିବା କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ଏହି ଟିମ୍ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ଭିଭିଏସ୍ ଲକ୍ଷ୍ମଣଙ୍କ ସହ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ।

କେଏଲ ରାହୁଲ ଏବଂ ଭିଭିଭିଏସ୍ ଲକ୍ଷ୍ମଣ ଜିମ୍ବାୱେ ବିପକ୍ଷରେ ଏକ କ୍ଲିନ ସୁଇପ୍ କରିଛନ୍ତି। ୟୁଏଇରେ ଅଗଷ୍ଟ ୨୭ ରୁ ଏସିଆ କପ୍ ଆରମ୍ଭ ହେବ। ଅଗଷ୍ଟ ୨୮ ରେ ଭାରତକୁ ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିବ।

Comments are closed.