ସୀମା ଟପିଲା ରାଗିଂ
ଭୋପାଳ: ରାଗିଂ ଏକ ଦଣ୍ଡନୀୟ ଅପରାଧ। ସ୍କୁଲ, କଲେଜ, ୟୁନିର୍ଭସିଟିରେ ରାଗିଂ ଉପରେ ଲାଗୁ ହୋଇଛି କଟକଣା। ଦୁନିଆ ଆଇନ ଏବଂ କାର୍ଯ୍ୟାନୁଷ୍ଠାନର ଚେତାବନୀ ରହିଛି। ତଥାପି ଏହି ଅମାନବୀୟ ନିର୍ଯାତନା ଉପରେ ରୋକ୍ ଲାଗୁନି। ଜୁନିୟରଙ୍କୁ ସିନିୟର୍ଙ୍କ ରାଗିଂ ଏକ ଅଭ୍ୟାସ ପାଲଟି ଗଲାଣି। ବେଳେ ବେଳେ ଏହି ବଦ୍ଅଭ୍ୟାସ ଛାତ୍ରଛାତ୍ରୀଙ୍କ ଜୀବନ ମଧ୍ୟ ନେଇଯାଉଛି। ମଧ୍ୟପ୍ରଦେଶରେ କଲେଜ କ୍ୟାମ୍ପସରେ ଘଟିଥିବା ରାଗିଂ ଏବେ ସବୁ ସୀମା ଟପି ଯାଇଛି।
ମଧ୍ୟପ୍ରଦେଶ ରତ୍ଲାମ ଜିଲ୍ଲାର ସରକାରୀ ମେଡିକାଲ କଲେଜ। ଏଠାରେ ଜୁନିଅର ଏମ୍ବିବିଏସ୍ ଛାତ୍ରମାନଙ୍କୁ ରାଗିଂ କରିଛନ୍ତି ସିନିୟର ଛାତ୍ର। ହଷ୍ଟେଲ ଭିତରେ ଜୁନିଅର ଛାତ୍ରଙ୍କୁ ଲାଇନ୍ରେ ଠିଆ କରି ସିନିୟରମାନେ ମାରିଛନ୍ତି ଚାପୁଡା। କେବଳ ସେତିକି ନୁହେଁ ଜୁନିଅର ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଅଭଦ୍ର ଭାଷାରେ ଗାଳି ଗୁଳଜ କରିବା ସହ କେଶ ଧରି ଭିଡିଛନ୍ତି। ଜୁନିଅର ଛାତ୍ରଙ୍କ ପ୍ରତି ସିନିୟର ଛାତ୍ରଙ୍କ ଏଭଳି ବର୍ବରତା ରାଗିଂର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Comments are closed.