ଚୀନ ଯିବେ ପୁଟିନ, ଜାଣନ୍ତୁ କାହିଁକି?

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆସନ୍ତା ଅକ୍ଟୋବର ମାସରେ ଚୀନ୍ ଗସ୍ତ କରିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି। ଗତ ମାର୍ଚ୍ଚ ମାସରେ ୟୁକ୍ରେନ ଯୁଦ୍ଧକୁ ନେଇ ଯୁଦ୍ଧ ଅପରାଧ ଅଭିଯୋଗରେ ଅନ୍ତର୍ଜାତୀୟ କ୍ରମିନାଲ କୋର୍ଟ (ଆଇସିସି) ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ପରେ ଏହା ହେବ ତାଙ୍କର ପ୍ରଥମ ବିଦେଶ ଗସ୍ତ। ଆସନ୍ତା ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି୨୦ ସମ୍ମିଳନୀରେ ପୁଟିନ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସୋମବାର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ନିଜେ ଜି୨୦ ବୈଠକରେ ଯୋଗ ଦେଇପାରିବେ ନାହିଁ। ତାଙ୍କ ତରଫରୁ ବିଦେଶ ମନ୍ତ୍ରୀ ସର୍ଗେ ଲଭରୋଭ ଯୋଗ ଦେବେ ବୋଲି ଜଣାଇଥିଲେ। ଆସନ୍ତା ଅକ୍ଟୋବରରେ ଚୀନରେ ଅନୁଷ୍ଠିତ ହେବାକୁ ଥିବା ବେଲ୍‌ଟ ଆଣ୍ଡ ରୋଡ୍ କନକ୍ଲେଭରେ ଯୋଗ ଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆମନ୍ତ୍ରଣ କରିଥିଲେ। ପୁଟିନ ତାଙ୍କ ଆମନ୍ତ୍ରଣକୁ ଗ୍ରହଣ କରିବା ପରେ କ୍ରେମଲିନ ତାଙ୍କର ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି କରୁଥିବା ଜଣାପଡ଼ିଛି।

Comments are closed.