କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ଏଏସଆଇ

ପୁରୀ: ପୁରୀ ଐତିହ୍ୟ କରିଡ଼ର ପ୍ରକଳ୍ପ ବିବାଦ ଥମିବାର ନାଆ ଧରୁନି ଏଏସ୍ଆଇ ପକ୍ଷରୁ ଜାରି ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ଶେଷରେ ଏଣ୍ଟ୍ରି ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଏସ୍ଆଇ ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ ନିମନ୍ତେ କୌଣସି ପ୍ରକାର ଅନୁମତି ଦିଆଯାଇ ନ ଥିବା ବେଳେ ଏହାର ବାରଣକୁ ବି ସରକାରଙ୍କର ଖାତିର ନାହିଁ। ଏଏସ୍‌ଆଇ ତାଗିଦକୁ ବେଖାତିର କରି ସରକାର ନିର୍ମାଣ କାର୍ଯ୍ୟ କରି ଚାଲିଥିବା ବେଳେ ଏଏସ୍ଆଇ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ଉଠିଛି ପ୍ରଶ୍ନ।

ସୂଚନାଯୋଗ୍ୟ, ଯେଉଁ ସବୁ ଐତିହ୍ୟପୂର୍ଣ୍ଣ କୀର୍ତ୍ତିରାଜିରେ ଏଏସ୍ଆଇର ସ୍ୱୀକୃତି ବିନା ନିର୍ମାଣ କାମ କରାଯାଉଛି, ତା’ର ଏକ ତାଲିକା ପ୍ରସ୍ତୁତ କରିଛି ଏଏସ୍ଆଇ। ଏବେ ଏଇଭଳି ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବି ସାମିଲ କରିଛି ଏଏସଆଇ
ଆଗରୁ ହାଇକୋର୍ଟରେ ଏଏସ୍ଆଇ ସତ୍ୟପାଠ ଦାଖଲ କରିଥିଲା ଯେ, ମେଘନାଦ ପାଚେରୀକୁ ଲାଗି ପ୍ରାଚୀର ନିର୍ମାଣ ଓ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଅନୁମତି ଦିଆଯାଇନାହିଁ। ଏନ୍ଏମ୍ଏ ଆକ୍ଟ ଅନୁସାରେ ଶହେ ମିଟର ପରିଧିରେ ନିର୍ମାଣ ବେଆଇନ ହୋଇଥିବାରୁ ପରିକ୍ରମା ପ୍ରକଳ୍ପକୁ ଅନୁମତି ଦିଆଯାଇନାହିଁ। ଏହା ସତ୍ତ୍ୱେ ବିନା ଅନୁମତିରେ ଆଗେଇ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ।

Comments are closed.