ବିକାଶ ନାଁରେ ଧ୍ଵଂସ କରାଯାଉଛି
ପରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଜଗଦଗୁରୁ ପୁରୀରେ ବିକାଶ ନାଁରେ ଚାଲିଥିବା କାର୍ଯ୍ୟକୁ ନାପସନ୍ଦ କରିଛନ୍ତି । ସେ କହିଛନ୍ତି ଶାସନତନ୍ତ୍ରର ଦାୟିତ୍ୱ ହେଉଛି ତୀର୍ଥସ୍ତଳୀକୁ ଭୋଗସ୍ଥଳୀରେ ପରିଣତ ନକରିବା । ଆମେ ଚାହୁଁଛୁ ଶ୍ରୀକ୍ଷେତ୍ରରେ ବିକାଶ କରାଯାଉ ହେଲେ ଶ୍ରୀକ୍ଷେତ୍ରର ଅସ୍ତିତ୍ୱ ବିଲୋପ ଚାହୁଁନାହୁଁ । ଶାସନତନ୍ତ୍ର ମାର୍ଗ ପ୍ରଶସ୍ତ ନାଁରେ ପାରମ୍ପରିକ ମଠଗୁଡ଼ିକୁ ଭାଙ୍ଗି ଦିଆଗଲା । ଦେବା ଦେବୀଙ୍କ ମନ୍ଦିର ଗୁଡ଼ିକ ମଧ୍ୟ ମାଟିରେ ମିଶିଗଲା । ଶାସନତନ୍ତ୍ର ଲୋକମତକୁ ନେଇ ବଳଶାଳୀ ଭାବିବା ଜମାରୁ ଉଚିତ୍ ନୁହେଁ ବୋଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି । ତାହାସହ ସେ ଆହୁରି କହିଛନ୍ତି କି ଏହି କଥାକୁ ମୋର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଧ୍ୟାନ ଦେବା ଉଚିତ୍ ।
Comments are closed.