ତିନି ରଥରେ ଲାଗିଲା କଳସ

ପୁରୀ :  ତିନି ରଥରେ ରବିବାର କଳସ ଲଗାଯାଇଛି । ଏହାଛଡ଼ା ଅଁଳା, ଶୁଆ ଏବଂ ଓଲଟ ଶୁଆ ଲଗାଯାଇଛି। ପ୍ରଭାକାମ ଶେଷ ହୋଇଛି। ହାତୀଆଳମାଳ ଓ କୋଣବତାରେ କଣ୍ଟା ମରାଯାଇଛି। ରୂପକାରମାନେ ପ୍ରଭାରେ ରଙ୍ଗ କରୁଛନ୍ତି। ପଦ୍ମପାଖୁଡ଼ା କାମ ଶେଷ ହୋଇଛି। ବେଦିପାର୍ଶ୍ବ ପଟା ଓ ହଂସପଟା ଲଗାଯାଇଛି। ଦରଜି ସେବକମାନେ ଦୁଆରବେଢ଼ା, ଅଁଳାଶ୍ରୀ ଏବଂ ଚନ୍ଦ୍ରଶାଳି ପାଇଁ କନା କାଟୁଛନ୍ତି। ତିନି ସାରଥିଙ୍କ ପାଇଁ ପୋଷାକ ପ୍ରସ୍ତୁତ କରାଯାଉଛି। ଚିତ୍ରକାର ସେବକ ରଥ ପାର୍ଶ୍ବ ଦେବଦେବୀ, ସାରଥି, ​‌େଘାଡ଼ା ଏବଂ ସଖୀଙ୍କୁ ରଙ୍ଗ କରୁଛନ୍ତି। ସୋମବାର ପ୍ରଭା ସମେତ ଠେକରା ବାଡ଼ ସଂଯୋଗ କରାଯିବା କାର୍ଯ୍ୟକ୍ରମ ରହିଛି। ତିନିରଥ ବେଦୀରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରଥ ନିର୍ମାଣରେ ୨୦୦ ସେବକ ନିୟୋଜିତ ହୋଇଛନ୍ତି। ମଙ୍ଗଳବାର ସୁଦ୍ଧା ନିର୍ମାଣ ଶେଷ ହୋଇପାରେ।

Comments are closed.